୭ ବର୍ଷ ପରେ ସ୍ଥାୟୀ ଅଧ୍ୟକ୍ଷ ପାଇଲା ଓଡ଼ିଶା ମାନବ ଅଧିକାର ଆୟୋଗ, ଜଷ୍ଟିସ ବିମଳ ପ୍ରସାଦ ଦାସ ଅଧ୍ୟକ୍ଷ ନିଯୁକ୍ତ

ଭୁବନେଶ୍ୱର : ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବିମଳ ପ୍ରସାଦ ଦାସ ଓଡ଼ିଶା ମାନବ ଅଧିକାର ଆୟୋଗ (ଓଏଚଆରସି)ର ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି । ତାଙ୍କ ନିଯୁକ୍ତିକୁ ରାଜ୍ୟପାଳ ଗଣେଶୀ ଲାଲ ମଂଜୁର କରିଛନ୍ତି । ଏହା ସହିତ ମାନବ ଅଧିକାର ଆଇନ ୧୯୯୩ର ଧାରା ୨୨ ଅନୁସାରେ ତାଙ୍କୁ ରାଜ୍ୟପାଳ ନିଯୁକ୍ତି ଦେଇଛନ୍ତି ।

ଅନ୍ୟପକ୍ଷରେ ବରିଷ୍ଠ ଆଡଭୋକେଟ ଅସୀମ ଅମିତାଭ ଦାସ ଓଡ଼ିଶା ମାନବ ଅଧିକାର ଆୟୋଗ (ଓଏଚଆରସି)ର ସଦସ୍ୟ ନିଯୁକ୍ତ ହୋଇଛନ୍ତି । ତାଙ୍କ ନିଯୁକ୍ତିକୁ ରାଜ୍ୟପାଳ ମଂଜୁରୀ ପ୍ରଦାନ କରିଛନ୍ତି । ପୂର୍ବରୁଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ରଘୁବୀର ଦାସ ଓଏଚଆରସିର ସଦସ୍ୟ ନିଯୁକ୍ତ ହୋଇଥିଲେ । ଓଡ଼ିଶା ମାନବ ଅଧିକାର ଆୟୋଗ ଅଧ୍ୟକ୍ଷ ପଦ ଗତ ପ୍ରାୟ ୭ ବର୍ଷ ହେଲା ଖାଲି ରହିଥିଲା । ଆୟୋଗର ଅସ୍ଥାୟୀ ଅଧ୍ୟକ୍ଷଭାବେ କାମକରୁଥିବାଜଷ୍ଟିସ ବୀରକିଶୋର ମିଶ୍ର ୨୦୧୮ ଅଗଷ୍ଟ ୧୫ ତାରିଖରେ ସେବା ନିବୃତ୍ତ ହୋଇଥିଲେ ।

ସମ୍ବନ୍ଧିତ ଖବର