ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ର ବାରଣ୍ଡାରେ କର୍କଟ ରୋଗୀ: ଓଏଚଆରସିଙ୍କ ରିପୋର୍ଟ ତଲବ

ଭୁବନେଶ୍ବର : କଟକ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ର ବାରଣ୍ଡାରେ ଚିକିତ୍ସିତ ହେଉଛନ୍ତି କର୍କଟ ରୋଗୀ। ଏଭଳି ବାହାରେ ଅଧିକ ସମୟ ଧରି ପଡ଼ିରହିଲେ ସଂକ୍ରମଣ ବଢ଼ିବା ଆଶଙ୍କା ରହିଛି। ଏ ନେଇ କେତେକ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପ‌ରେ ଆଇନଜୀବୀ ରମାଶଙ୍କର ପାତ୍ର ରାଜ୍ୟ ମାନବାଧିକାର କମିସନ (ଓଏଚଆରସି)ଙ୍କ ଦ୍ବାରସ୍ଥ ହୋଇଥିଲେ। ତାଙ୍କ ଆବେଦନକୁ ବିଚାର କରି କମିସନ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ର ନିର୍ଦ୍ଦେଶକଙ୍କୁ ଘଟଣାର ତଦନ୍ତ କରି ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ରିପୋର୍ଟରେ ବର୍ତ୍ତମାନର ସ୍ଥିତି ସମ୍ବନ୍ଧରେ ଜଣାଇବାକୁ କୁହାଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୨ ତାରିଖ ରହିଛି।

ସମ୍ବନ୍ଧିତ ଖବର