ମାନବାଧିକାର କମିସନଙ୍କ ରିପୋର୍ଟ ତଲବ

ଏସ୍‌ସିବିରେ କ୍ଲୋରିନ୍‌ ଗ୍ୟାସ୍‌ ଲିକ୍‌ ଘଟଣା

କଟକ : ବଡ଼ ମେଡ଼ିକାଲ୍‌ ପିଏଚ୍‌ଡି ପମ୍ପ ହାଉସ୍‌ରେ କ୍ଲୋରିନ୍‌ ଗ୍ୟାସ୍‌ ଲିକ୍‌ ଘଟଣାରେ ରାଜ୍ୟ ମାନବାଧିକାର କମିସନ୍‌ ରାଜ୍ୟ ସରକାରଙ୍କ ନିକଟରୁ ରିପୋର୍ଟ ତଲବ କରିଛନ୍ତି। କମିସନଙ୍କ କାର୍ଯ୍ୟକାରୀ ଅଧ୍ୟକ୍ଷ ଜଷ୍ଟିସ ବୀର କିଶୋର ମିଶ୍ର ଏ ସଂପର୍କିତ ଅଭିଯୋଗର ଶୁଣାଣି କରି ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ସଚିବ, ଜନସ୍ୱାସ୍ଥ୍ୟ ଇଂଜିନିୟରିଂ ଅର୍ଗାନାଇଜେସନ୍‌(ପିଏଚ୍‌ଇଓ)ର ମୁଖ୍ୟ ଯନ୍ତ୍ରୀ ଓ କଟକ ଜିଲ୍ଲାପାଳଙ୍କୁ ନୋଟିସ୍‌ ଜାରି କରିଛନ୍ତି। ଏଥି ସହିତ ଘଟଣାର ତଦନ୍ତ କରି ତିନି ପ୍ରତିପକ୍ଷ ୪ ସପ୍ତାହ ଭିତରେ ସେମାନଙ୍କ ରିପୋର୍ଟ ଦାଖଲ କରିବେ ବୋଲି କମିସନ୍‌ ନିର୍ଦ୍ଦେଶ ଦେଇଛନ୍ତି। ସିଭିଲ ସୋସାଇଟି ଫୋରମ ଅନ୍‌ ହ୍ୟୁମାନ ରାଇଟ୍ସର ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡଙ୍କ ପକ୍ଷରୁ ଦାଖଲ ଅଭିଯୋଗର ଶୁଣାଣି କରି କମିସନ୍‌ ଏପରି ନିର୍ଦ୍ଦେଶ ଦେଇଛନ୍ତି। ଏ ସଂପର୍କିତ ମାମଲାର ପରବର୍ତ୍ତୀ ଶୁଣାଣି ୨୦୧୮, ଜାନୁଆରି ୨୫ରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି।

ସମ୍ବନ୍ଧିତ ଖବର