ଶ୍ରମିକଙ୍କୁ ପୁଲିସର ମାଡ଼ ଘଟଣା : କଟକ ଡିସିପିଙ୍କୁ ମାନବାଧିକାର ଆୟୋଗଙ୍କ ରିପୋର୍ଟ ତଲବ

ଭୁବନେଶ୍ବର : ଛତିଶଗଡ଼ର କିଛି ଶ୍ରମିକଙ୍କୁ ଚୌଦ୍ବାର ପୁଲିସର ମାଡ଼ ଘଟଣାରେ କଟକ ଡିସିପିଙ୍କୁ ରିପୋର୍ଟ ତଲବ କରିଛନ୍ତି ରାଜ୍ୟ ମାନବାଧିକାର ଆୟୋଗ। ଏହି ଘଟଣାର ତଦନ୍ତ କରି ରିପୋର୍ଟ ପ୍ରଦାନ କରିବା ଲାଗି ନିର୍ଦେଶ ଦେଇଛନ୍ତି। ଆବେଦନକାରୀ ପ୍ରଦୀପ୍ତ ନାୟକ ଇ-ମେଲ ଜରିଆରେ ଆୟୋଗଙ୍କ ନିକଟରେ ଏକ ପିଟିସନ୍ ଦାଖଲ କରିଥିଲେ। ଲକ୍‌ଡାଉନ୍‌ ସମୟରେ ଜଳେଶ୍ବରରୁ କିଛି ଶ୍ରମିକ ଚାଲି ଚାଲି ଆସୁଥିବା ବେଳେ ଚୌଦ୍ବାର ପୁଲିସ ସେମାନଙ୍କୁ ଶାରୀରିକ ନିର୍ଯାତନା ଦେଇଥିବା ଶ୍ରୀ ନାୟକ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର