ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଦେବା ଉପରେ ରୋକ ଲଗାଇଲେ ଓଡିଶା ମାନବାଧିକାର ଆୟୋଗ

ହାଜର ହେବା ପାଇଁ ବୋର୍ଡ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ 

ଭୁବନେଶ୍ବର : ଆସନ୍ତା ଜୁଲାଇ ୩୦ ତାରିଖରୁ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ୧୩୯ ଜଣ ଭିନ୍ନକ୍ଷମ ପିଲାଙ୍କୁ ମାଟ୍ରିକ ପରୀକ୍ଷା ଦେବା ନିର୍ଦ୍ଦେଶକୁ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ଓଡିଶା ମାନବାଧିକାର ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ କମିଶନ ବୋର୍ଡ ଓ ଏହାର ଅଧିକାରୀ ମାନଙ୍କୁ ତାଗିଦ କରି କହିଛନ୍ତି ଯଦି କୌଣସି ଏହି ଭିନ୍ନକ୍ଷମ ପିଲାଙ୍କ ପ୍ରତି ଅଘଟଣ ଘଟେ ସେଥିପାଇଁ ସେମାନେ ଉତ୍ତରଦାୟୀ ରହିବେ ।

ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ଇଣ୍ଡିଆ ପକ୍ଷରୁ ଏହାର ଅଧକ୍ଷ ମନୋଜ ଜେନା ଏକ ଆବେଦନ ମାଧ୍ୟମରେ ଗତ ଜୁନ ୩୦ ତାରିଖରେ କମିଶନକୁ ଅନ୍ୟ ସାଧାରଣ ମାଟ୍ରିକ ଛାତ୍ରଛାତ୍ରୀ ପରି ଫଳାଫଳ ପ୍ରକାଶ କରିବାକୁ ଅନୁରୋଧ କରିଥିଲେ, ଆୟୋଗ ଏହା ବିଚାରକୁ ନେଇ ୨୨ ଜୁଲାଇ ମଧ୍ୟରେ ଉଭୟ ବୋର୍ଡ ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗକୁ ସବିଶେଷ ବିବରଣୀ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ଓ ରିପୋର୍ଟ ପାଇ କମିଶନ ଅଗଷ୍ଟ ୬ କୁ ପରବର୍ତ୍ତୀ ଶୁଣାଣି ରଖିଥିଲେ କିନ୍ତୁ ଏହା ମଧ୍ୟରେ ବୋର୍ଡ ଜୁଲାଇ ୩୦ ରୁ ପରୀକ୍ଷା କରିବା ପାଇଁ ନିଷ୍ପତ୍ତି ନେବାରୁ ଶ୍ରୀ ଜେନା ଆଜି କମିଶନ ନିକଟରେ ପୁନଃ ଏକ ମାମଲା ଦାୟର କରି ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଦେଇ ପରୀକ୍ଷାକୁ ବାତିଲ କରିବା ସହିତ ୧୩୯ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ପୂର୍ବ ପରୀକ୍ଷା ଫଳାଫଳ ଅନୁଯାୟୀ ଉତ୍ତୀର୍ଣ୍ଣ କରିବାକୁ ଅନୁରୋଧ କରିଥିଲେ । ଶ୍ରୀ ଜେନାଙ୍କ ସହ ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ଇଣ୍ଡିଆର ରାଜ୍ୟ ସଂଯୋଜକ ରମେଶ ଭାରତୀ ଓ କଟକ ବାରଙ୍ଗ ବ୍ଲକ ସଂଯୋଜକ ଲାଲ ଖାଁ ଶୁଣାଣି ସମୟରେ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର