କଟକ : ଶିଶୁଭବନରେ ରୋଗୀମାନଙ୍କୁ ଠିକ୍ ଭାବେ ଚିକିତ୍ସା ଯୋଗାଇ ଦିଆଯାଉନଥିବା, ଗରିବ ରୋଗୀଙ୍କୁ ଅନେକ ହଇରାଣ କରାଯାଉଥିବା ଓ ପରିମଳ ବିପର୍ଯ୍ୟସ୍ତ ହୋଇଥିବା ନେଇ ଓଡ଼ିଶା ମାନବାଧିକାର କମିସନଙ୍କ ନିକଟରେ ଅଭିଯୋଗ ହୋଇଥିଲା। ତେଣୁ କମିସନଙ୍କ ନିର୍ଦ୍ଦେଶକ୍ରମେ ଶୁକ୍ରବାର ୪ଜଣିଆ ଦଳ ଶିଶୁଭବନ ପରିଦର୍ଶନ କରିଛନ୍ତି। ଅତିରିକ୍ତ ଏସ୍ପି ଅଶୋକ ବିଶ୍ୱାଳଙ୍କ ନେତୃତ୍ୱରେ ଡିଏସ୍ପି କିଶୋର ଚନ୍ଦ୍ର ପାଟଶାଣୀ, ଇନ୍ସପେକ୍ଟର ସତ୍ୟ ପ୍ରଧାନ, ସୁବାଶିନୀ ମହାପାତ୍ର ଏହି ଦଳରେ ସାମିଲ ହୋଇଥିଲେ। ଏହି ଦଳ ବିଭିନ୍ନ ଓ୍ଵାର୍ଡ, ଏସ୍ଏନ୍ସିୟୁ, ଏନ୍ଆଇସିୟୁ, ପରୀକ୍ଷାଗାର, ନିରାମୟ କେନ୍ଦ୍ର, ପାନୀୟ ଜଳ ବ୍ୟବସ୍ଥା ଇତ୍ୟାଦି ବୁଲି ସ୍ଥିତି ଯାଞ୍ଚ କରିଥିଲେ। ଏହି ଦଳ ସହିତ ଅଧୀକ୍ଷକ ପ୍ରଫେସର ଡାକ୍ତର ସରୋଜ ଶତପଥୀ ପରିଦର୍ଶନରେ ସାମିଲ ହୋଇଥିଲେ। ତେବେ ଗଣମାଧ୍ୟମକୁ ଅଧିକ କିଛି ସୂଚନା ଦେବା ପରିବର୍ତ୍ତେ ଏହି ଦଳ ତାଙ୍କ ରିପୋର୍ଟ ସିଧାସଳଖ କମିସନଙ୍କୁ ପ୍ରଦାନ କରିବ ବୋଲି ଅତିରିକ୍ତ ସଚିବ ଶ୍ରୀବିଶ୍ୱାଳ ସୂଚନା ଦେଇଛନ୍ତି।
ଶିଶୁଭବନରେ ମାନବାଧିକାର କମିସନଙ୍କ ଅଧିକାରୀ
/sambad/media/post_attachments/wp-content/uploads/2017/11/odisha-Human-Rights-commission-ra-sabhya-sishu-bhawan-paridarsan-kale-6.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)