କଟକ: କଟକ ଚୌଦ୍ୱାର ମଙ୍ଗୁଳି ଛକ ନିକଟରେ ଥିବା ଏକ ରିଫାଇନ୍‌ ତେଲ କାରଖାନ ଉପରେ ପୁଲିସ ବୁଧବାର ଆକସ୍ମିକ ଭାବେ ଚଢ଼ାଉ କରିଥିଲା। ଏହି ଚଢ଼ାଉ ସମୟରେ ପୁଲିସ ଶହଶହ ନକଲି ରିଫାଇନ୍‌ ତେଲ ପ୍ୟାକେଟ ଜବତ କରିଛି।

Advertisment

publive-image

ସୂଚନାଯୋଗ୍ୟ, ମଙ୍ଗୁଳି ଛକ ନିକଟରେ ଥିବା ଗଜାନନ ରିଫାଇନ୍‌ ଅଏଲ୍‌ କମ୍ପାନିରେ ନକଲି ରିଫାଇନ୍‌ ତେଲ ପ୍ୟାକେଟ ତିଆରି ହେଉଥିବା ପୁଲିସ ବିଶେଷ ସୂତ୍ରରୁ ସୂଚନା ପାଇଥିଲା। ଏହାପରେ ଏକ ସ୍ୱତନ୍ତ୍ର ଯୋଜନା କରି ଆଜି ଆକସ୍ମିକ ଭାବେ ଏହି ରିଫାଇନ୍‌ ତେଲ କାରଖାନା ଉପରେ ଚଢ଼ାଉ କରିଥିଲା ଟାଙ୍ଗୀ ପୁଲିସ। ଚଢ଼ାଉ ପରେ ରିଫାଇନ୍‌ କାରଖାନକୁ ସିଲ କରିବା ସହିତ ସେଠାରେ ତିଆରି ହୋଇଥିବା ଶହଶହ ନକଲି ରିଫାଇନ୍‌ ତେଲ ପ୍ୟାକେଟକୁ ପୁଲିସ ଜବତ କରିଥିଲା। ଜବତ ସମୟରେ ଘଟଣାସ୍ଥଳରେ ଟାଙ୍ଗୀ ଆଇଆଇସି ଓ ଏସ୍‌ଡିପିଓ ଉପସ୍ଥିତ ଥିଲେ।

ସେହିପରି ଆଜି କଟକର ମାର୍କତନଗର ପୁଲିସ ଜାଲ ନୋଟ ଜବତ କରିଥିବା ଜଣାପଡ଼ିଛି । ଜବତ ହୋଇଥିବା ଜାଲ୍‌ ନୋଟର ମୂଲ୍ୟ ୧ଲକ୍ଷ ୬ହଜାର ଟଙ୍କା ହୋଇଥିବା ବେଳେ ପୁଲିସ ଏହି ଘଟଣାରେ ଜଣକୁ ଅଟକ ରଖି ପଚରାଉଚରା ଜାରି ରଖିଛି।