ମାଗଣା କିରୋସିନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୩.୨୦ କୋଟି  ପ୍ରଦାନ କଲା ଅଏଲ ଇଣ୍ଡିଆ

ଭୁବନେଶ୍ୱର :  ଓଡିଶାରେ ସାମୁଦ୍ରିକ ଝଡ ଫନୀରେ କ୍ଷତିଗ୍ରସ୍ତ ଲୋକଙ୍କ ପାଇଁ ମାଗଣାରେ ୧ ହଜାର କିଲୋ ଲିଟର କରୋସିନ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ ପତ୍ରକୁ ସ୍ୱୀକାର କରି ୧ ହଜାର କିଲୋ ଲିଟର (୧୦ ଲକ୍ଷ ଲିଟର )   କିରୋସିନର ମୂଲ୍ୟସ୍ୱରୂପ ୩.୨୦ କୋଟି ଟଙ୍କାର ଚେକ୍  ରାଷ୍ଟ୍ରାୟତ ତୈଳ ଉଦ୍ୟୋଗ ଅଏଲ ଇଣ୍ଡିଆ ଲିଃ (ଓଆଇଏଲ୍) ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ସୋମବାର ପ୍ରଦାନ କରାଯାଇଛି । ଓଆଇଏଲର ଜେନେରାଲ ମ୍ୟାନେଜର  ରାଜୀବ ସିଂଘଲଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳି ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ବିଷ୍ଣୁପଦ ସେଠୀଙ୍କୁ ଏହି ଚେକ୍ ପ୍ରଦାନ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ସାମୁଦ୍ରିକ ଝଡ ଫନୀ ଗତ ୩ ତାରିଖରେ ଓଡିଶାର ପୁରୀ ଠାରେ ଲ୍ୟାଣ୍ଡଫଲ କରିଥିଲା । ଏହି ବାତ୍ୟା ପ୍ରଭାବରେ ରାଜ୍ୟର ୧୧ଟି ଜିଲ୍ଲା ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି । ତେବେ ଓଡିଶାର ଏହି ଦୁଃଖଦ ଘଡିରେ ଭାରତର ପ୍ରମୁଖ କମ୍ପାନୀ ଓଆଇଲ ବାତ୍ୟା ପ୍ରପୀଡିତଙ୍କ ସହ ଠିଆ ହୋଇଛି ।

ସମ୍ବନ୍ଧିତ ଖବର