ମାଟି ତଳୁ ବାହାରୁଛି ତେଲ!

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ବ୍ଲକ୍‌ ଅନ୍ତର୍ଗତ ଘାଘରା ନିକଟରେ ପ୍ରବାହିତ ପଟ୍ଟାମୁଣ୍ତାଇ କେନାଲର ଛନ୍ଦା ବରଗଛ ପାଖ ଗର୍ତେଶ୍ବର ରାସ୍ତା କଡ଼ରେ ଥିବା କଲଭର୍ଟ ନିକଟରୁ ତେଲ ବାହାରୁଛି। ଏ ସମ୍ପର୍କରେ ଗ୍ରାମବାସୀଙ୍କଠାରୁ ଖବର ପାଇବା ପରେ ଜିଲ୍ଲାପାଳ ଦାଶରଥି ଶତପଥୀଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରାପଡ଼ା ତହସିଲଦାର ହେମଲତା ବାହାଲିଆ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି। ଆଜି ସକାଳେ ଉକ୍ତ କେନାଲ୍‌ କଲଭର୍ଟର ପାଚେରୀ କଡ଼ରୁ ପାଣି ଫୋଟକା ଭଳି ତୈଳଯୁକ୍ତ ଭାସମାନ ପଦାର୍ଥ ଉପରକୁ ଉଠି ପାଣିରେ ଭାସୁଥିବା ଦେଖବାକୁ ମିଳିଥିଲା। କଲଭର୍ଟ ନିକଟରେ ଚାଷ ଜମିରେ କାମ କରୁଥିବା କେତେକ ଲୋକ ଏହା ଦେଖିବା ପରେ ଗାଁରେ ଖବର ପ୍ରଚାରିତ ହୋଇଥିଲା।

ସମ୍ବନ୍ଧିତ ଖବର