ବିଧାନସଭାରେ ଦରଦାମ ଵୃଦ୍ଧି ପ୍ରସଙ୍ଗ ଉଠାଇଲା କଂଗ୍ରେସ

ଭୁବନେଶ୍ବର: ବିଧାନସଭାର ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର  ଏବଂ ବିଧାୟକ ସନ୍ତୋଷ ସିଂ ସାଲୁଜା ଦରଦାମ ଵୃଦ୍ଧି ପ୍ରସଙ୍ଗ ଉଠାଇଛନ୍ତି। ଉଭୟେ କହିଛନ୍ତି, ଯେଉଁଭଳି ଭାବେ ତେଲ ଦର ବଢୁଛି  ତୁରନ୍ତ ସରକାର ନିୟନ୍ତ୍ରଣକୁ ଆଣନ୍ତୁ। ନଚେତ ଆଗାମୀ ଦିନରେ  ନିଆଁ ଜଳିବ ବୋଲି କହିଛନ୍ତି ନରସିଂହ ମିଶ୍ର।  ଠିକ ସେହିପରି ସନ୍ତୋଷ ସିଂ ସାଲୁଜା କହିଛନ୍ତି,  ଭୁବନେଶ୍ୱରରେ ପେଟ୍ରୋଲ ଦର ଲିଟର ପିଛା ୧୦୭ ଟଙ୍କା ଏବଂ ଡିଜେଲ ୯୭ ଟଙ୍କା ଛୁଇଁଲାଣି।  ରାଜ୍ୟ ସରକାର ପେଟ୍ରୋଲ ଉପରେ ୨୮ ପ୍ରତିଶତ ଭାଟ ଏବଂ ଡିଜେଲ ଉପରେ ୨୪ ପ୍ରତିଶତ ଭାଟ ନେଉଛନ୍ତି। ଗୋଟିଏ ଗରିବ ଲୋକ ତେଲ ଗୋଟେ ଲିଟର କିଣିଲେ ପେଟ୍ରୋଲରେ ଭାଟ ବାବଦରେ ୨୮ ଟଙ୍କା ଏବଂ ଡିଜେଲ ବାବଦରେ ୨୪ ଟଙ୍କା ରାଜ୍ୟ ସରକାର ଭାଟ କିଣୁଛନ୍ତି।

ସେ ଆହୁରି କହିଛନ୍ତି, ଦରଦାମ ବୃଦ୍ଧି, ରନ୍ଧନ ଗ୍ୟାସ ଦାମ ବୃଦ୍ଧି ପାଉଛି। ଗରିବ ଓ ମଧ୍ୟବିତ୍ତ ଲୋକେ ଯାହା ଫଳରେ ଲୋକଲେ ଖାଇବାକୁ ପାଉନାହାନ୍ତି।  ଚାଷୀ ପମ୍ପ ଚଳାଇବା ଲାଗି ଡିଜେଲ କିଣିପାରୁନାହାନ୍ତି। ତେଣୁ ତୁରନ୍ତ ରାଜ୍ୟ ସରକାର ତେଲ ଉପରୁ ଭାଟ ଛାଡ଼ କରନ୍ତୁ ବୋଲି ଦାବି କଲେ ସନ୍ତୋଷ ସିଂ ସାଲୁଜା।  ଏପଟେ ତାରା ପ୍ରସାଦ ବାହିନୀପତି କହିଛନ୍ତି କେନ୍ଦ୍ର ସରକାର ପ୍ରତିଦିନ ତେଲ ଦର ବୃଦ୍ଧି କରୁଛନ୍ତି।

ସମ୍ବନ୍ଧିତ ଖବର