ପୁଣି ବଢିଲା ପେଟ୍ରୋଲ, ଡିଜେଲ ଦର ; ମାଲକାନିଗିରିରେ ୧୦୦ ଟପିଲା ଉଭୟ ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ବର : ଦେଶରେ ତେଲଦର ବୃଦ୍ଧିରେ ବିରାମ ଲାଗୁନାହିଁ ।  ତେଲ କମ୍ପାନିମାନେ ଆଜି ପୁଣିଥରେ ପେଟ୍ରୋଲ ଲିଟର ପିଛା ୨୮ ରୁ ୨୯ ପଇସା ଓ ଡିଜେଲ ଲିଟର ପିଛା ୩୦ରୁ ୩୧ ପଇସା ବୃଦ୍ଧି କରିଛନ୍ତି । ଏହା ଫଳରେ ଦେଶରେ ତେଲଦର ଏକ ନୂଆ ଉଚ୍ଚତାକୁ ଛୁଇଁଛି । ଓଡ଼ିଶାର ମାଲକାନଗିରି ଜିଲ୍ଲାରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୧୦୦ ଟଙ୍କା ଟପିଯାଇଛି । ଏହି ଜିଲ୍ଲାରେ ଏବେ ପେଟ୍ରୋଲ ଟ.୧୦୨.୨୩ ଓ ଡିଜେଲ ଟ.୧୦୦.୦୧ ରେ ବିକ୍ରି ହେଉଛି ।

ଅନ୍ୟପକ୍ଷରେ ଭୁବନେଶ୍ବରରେ ପେଟ୍ରୋଲ ଲିଟର ପିଛା ରେକର୍ଡ ସ୍ତର ଟ.୯୭.୧୬ ରେ ପହଞ୍ଚିଯାଇଛି । ସେହିପରି ଡିଜେଲ ଦର ୯୫.୧୧ ପହଞ୍ଚିଛି । ତେବେ ଭାଟ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଦରରେ ତାରତମ୍ୟ ପରିଲକ୍ଷିତ ହେଉଛି । ସେହିପରି ସମ୍ବଲପୁରରେ ପେଟ୍ରୋଲ ଟ୯୭.୭୬ ଓ ଡିଜେଲ ୯୫.୭୦ ରେ ବିକ୍ରି ହେଉଛି । ବାଲେଶ୍ବରରେ ପେଟ୍ରୋଲ ଟ. ୯୭.୧୬ ଓ ଡିଜେଲ ଟ.୯୫.୧୨ରେ ବିକ୍ରି ହେଉଛି ।

ଏହି ବୃଦ୍ଧି ପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଟ୯୬.୪ ଓ ଡିଜେଲ ଲିଟର ପିଛା ୮୭.୨୮ରେ ବିକ୍ରି ହେଉଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ଟ.୧୦୨.୫୮ ଓ ଡିଜେଲ ଲିଟର ପିଛା ୯୪.୭୦ରେ ବିକ୍ରି ହେଉଛି ।

 

ସମ୍ବନ୍ଧିତ ଖବର