ଚୋରା ତେଲ ବେପାରୀଙ୍କ ଉପରେ ଚଢ଼ଉ, ସାମଗ୍ରୀ ଜବତ

ଧର୍ମଶାଳା: କ୍ୟାବିନ୍‌ରେ ଚାଲିଛି ଚୋରା ତେଲ ବେପାର। ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ଖୋଲାଖୋଲି ତେଲ ଅପମିଶ୍ରଣ ଓ ଚୋରା କାରବାର ଚାଲିଛି। ଏ ସଂକ୍ରାନ୍ତରେ ଆଜି ସମ୍ବାଦରେ ଖବର ପ୍ରକାଶ ପାଇବା ପରେ ଧର୍ମଶାଳା ଥାନା ଅଧିକାରୀ ସରୋଜ କୁମାର ସାହୁ ବିଭିନ୍ନ କ୍ୟାବିନରେ ଚଢ଼ଉ କରି ଚୋରା ତେଲ ବେପାରୀଙ୍କ ସାମଗ୍ରୀ ଜବତ କରି ନେଇଛନ୍ତି।

ସମ୍ବନ୍ଧିତ ଖବର