ଓଜେଏସ୍‌ ପରୀକ୍ଷା ୧୧୦ କୃତକାର୍ଯ୍ୟ

କଟକ: ଓଡ଼ିଶା ଜୁଡିସିଆଲ ସର୍ଭିସ୍‌(ଓଜେଏସ୍‌) ପରୀକ୍ଷାଫଳ ପ୍ରକାଶ ପାଇଛି। ସିଭିଲ ଜଜ୍‌ ପଦରେ ନିଯୁକ୍ତି ପାଇଁ କୃତକାର୍ଯ୍ୟ ହୋଇଥିବା ୧୧୦ ଜଣ ପ୍ରାର୍ଥୀଙ୍କ ନାମ ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ପକ୍ଷରୁ ସୁପାରିସ କରାଯାଇଛି। ଏହି ପରୀକ୍ଷାକୁ ନେଇ ହାଇକୋର୍ଟରେ ବିଚାରାଧୀନ ମାମଲା (ଡବ୍ଲୁପି(ସି) ନମ୍ବର ୧୮୫୨୧/ ୨୦୧୭)ର ଫଳାଫଳ ଉପରେ ପରୀକ୍ଷାଫଳର ଭବିଷ୍ୟତ ନିର୍ଭର କରିବ ବୋଲି ଓପିଏସସି ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ୧୧୦ଟି ସିଭିଲ ଜଜ୍‌ ପଦବି ପୂରଣ ପାଇଁ ଅନୁଷ୍ଠିତ ହେବାକୁ ଥିବା ଓଜେଏସ୍‌ ପରୀକ୍ଷା ଲାଗି ୨୦୧୭ ଏପ୍ରିଲ ୨୫ରେ ଓପିଏସସି ପକ୍ଷରୁ

ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଡିସେମ୍ବର ୧୪ରେ ଲିଖିତ ପରୀକ୍ଷାଫଳ ପ୍ରକାଶ ପାଇଥିଲା। ୧୪୧ ଜଣ ପ୍ରାର୍ଥୀ ସାକ୍ଷାତକାର ପରୀକ୍ଷା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ଡିସେମ୍ବର ୧୮ରୁ ୨୬ ତାରିଖ ମଧ୍ୟରେ ସାକ୍ଷାତକାର ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ପ୍ରକାଶିତ ଚୂଡାନ୍ତ ତାଲିକାର ପ୍ରଥମ ସ୍ଥାନରେ ବିକାଶ ଗୋୟଲ ରହିଥିବା ବେଳେ ମନିନ୍ଦ୍ର ଭୂଷଣ ସାହୁ ଦ୍ୱିତୀୟ ଓ ଶ୍ରୁତି ସ୍ୱରୂପା ସାହୁ ତୃତୀୟ ସ୍ଥାନରେ ରହିଛନ୍ତି।

ସମ୍ବନ୍ଧିତ ଖବର