ସ୍ୱତନ୍ତ୍ର ଓଜେଇଇ ପାଇଁ ଆବେଦନ ଆରମ୍ଭ

ଭୁବନେଶ୍ୱର : ବି.ଟେକ୍‌ ସମେତ ଏମ୍‌ବିଏ, ଏମ୍‌ସିଏ, ବିଟେକ୍‌ ଲାଟେରାଲ୍‌ ଏଣ୍ଟ୍ରି ପାଠ୍ୟକ୍ରମରେ ନାମଲେଖା ପାଇଁ ଜୁଲାଇ ୨୨ରେ ସ୍ୱତନ୍ତ୍ର ଓଜେଇଇ ଅନୁଷ୍ଠିତ ହେବ। ଏଥିପାଇଁ ଆଜିଠାରୁ ଆବେଦନ ଆରମ୍ଭ ହୋଇଛି। ଜୁଲାଇ ୧୩ ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଜାରି ରହିବ। ଜୁଲାଇ ୧୮ରୁ ଛାତ୍ରଛାତ୍ରୀ ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ୍‌ କରିପାରିବେ। ଜୁଲାଇ ୨୨ ପୂର୍ବାହ୍ନ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ଏହି ପରୀକ୍ଷା ଅନୁଷ୍ଠିତ ହେବ। ୨୫ ତାରିଖରେ ଫଳ ପ୍ରକାଶ ପାଇବ।

ଜୁଲାଇ ୨୭ରୁ ୨୯ ମଧ୍ୟରେ ଛାତ୍ରଛାତ୍ରୀ ର‍୍ୟାଙ୍କ କାର୍ଡ ଡାଉନ୍‌ଲୋଡ୍‌ କରିବା ସହ ଅନ୍‌ଲାଇନ୍‌ରେ ନାମ ପଞ୍ଜୀକରଣ ଓ ଚଏସ୍‌ ଫିଲିଂ କରିପାରିବେ। ଜୁଲାଇ ୩୦ରେ ଆଲଟ୍‌ମେଣ୍ଟ-୧ ଅନୁଷ୍ଠିତ ହେବ। ଅଗଷ୍ଟ ୧ ଓ ୨ରେ ଛାତ୍ରଛାତ୍ରୀ ନୋଡାଲ୍‌ ସେଣ୍ଟରରେ ଡକ୍ୟୁମେଣ୍ଟ ଯାଞ୍ଚ କରିପାରିବେ। ଅଗଷ୍ଟ ୩ରେ ଛାତ୍ରଛାତ୍ରୀ କଲେଜରେ ରିପୋର୍ଟିଂ କରିବାକୁ ଓଜେଇଇ ପକ୍ଷରୁ କୁହାଯାଇଛି। ବି.ଟେକ୍‌ ପାଇଁ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଜେଇଇ ମେନ୍‌ ଓ ଅନ୍ୟ ବିଷୟଗୁଡ଼ିକ ପାଇଁ ଓଜେଇଇ-୨୦୧୮ ସୂଚନା ପୁସ୍ତିକା ଅନୁଯାୟୀ ପ୍ରଶ୍ନପତ୍ର ଆସିବ। ଜେଇଇ ମେନ୍‌ ଓ ଓଜେଇଇ ର‍୍ୟାଙ୍କ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଏହି ପରୀକ୍ଷା ଦେବାକୁ ପଡ଼ିବ ନାହିଁ।

ସମ୍ବନ୍ଧିତ ଖବର