ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଆବେଦନ ସୀମା ବଢ଼ିଲା, ଶେ‌ଷ ତାରିଖ ୨୭ ମାର୍ଚ୍ଚ

ଭୁବନେଶ୍ବର: କରୋନା କଟକଣାକୁ ଦୃଷ୍ଟିରେ ରଖି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ)୨୦୨୦ର ଆବେଦନ ଅବଧିକୁ ବଢ଼ାଇ ଦିଆଯାଇଛି। ଗୁରୁବାର ଓଜେଇଇ ପକ୍ଷରୁ ବିଜ୍ଞପ୍ତି ଜାରି କରି ଅ‌ାବେଦନର ଶେ‌ଷ ତାରିଖ ୨୭ ମାର୍ଚ୍ଚକୁ ବଢ଼ାଯାଇଛି । ପୂର୍ବରୁ ଫର୍ମ ପୂରଣ ଶେଷ ତାରିଖ ୨୦ ମାର୍ଚ୍ଚ ଥିଲା। ତେବେ ଅନଲାଇନ୍ ଆବେଦନ ଫି ପୈଠର ଶେଷ ତାରିଖ ମାର୍ଚ୍ଚ ୩୧ ରଖାଯାଇଛି। ଓଜେଇଇ ପରୀକ୍ଷା ମେ ମାସ ପ୍ରଥମ ସପ୍ତାହରେ ହେବ ବୋଲି ସୂଚନା ରହିଛି।

ଏଣିକି ଆଉ ଅଫ୍‌ଲାଇନ୍‌ରେ ହେବନି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ)। ସମସ୍ତ ବିଷୟର ପ୍ରବେଶିକା ପରୀକ୍ଷା ଅନ୍‌ଲାଇନ୍‌ ବା କମ୍ପ୍ୟୁଟର ବେସଡ୍ ଟେଷ୍ଟ(ସିବିଟି) ମାଧ୍ୟମରେ ହେବ। ୨୦୧୯‌ରେ କେବଳ ପିଜି ପାଠ୍ୟକ୍ରମ ପାଇଁ ଅନୁଷ୍ଠିତ ପ୍ରବେଶିକା ପରୀକ୍ଷା ସିବିଟି ମାଧ୍ୟମରେ ହୋଇଥିଲା। କିନ୍ତୁ ଏଥରକ ଉଭୟ ପିଜି ଓ ୟୁଜି ପାଠ୍ୟକ୍ରମ ପାଇଁ ସିବିଟି ପଦ୍ଧତି ଲାଗୁ କରିବାକୁ ଓଜେଇଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ସେହିପରି  ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତଦୁଇ (+୨) ପରୀକ୍ଷାକୁ ଆସନ୍ତା ୨୩ ତାରିଖଠାରୁ ସ୍ଥଗିତ ରଖାଯାଇଛି । ଏ ସଂପର୍କରେ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି । ଛାତ୍ରଛାତ୍ରୀ ଓ ପରୀକ୍ଷା ପରିଚାଳକମାନଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ପଦକ୍ଷେପ ନିଆଯାଇଛି ।

ସମ୍ବନ୍ଧିତ ଖବର