ଭୁବନେଶ୍ବର : ଏମ୍ବିଏ, ଏମ୍ସିଏ, ଏମ୍.ଟେକ୍, ଏମ୍.ଆର୍କ, ଏମ୍.ପ୍ଲାନ୍, ଏମ୍.ଫାର୍ମା ଓ ଲାଟେରାଲ ଏଣ୍ଟ୍ରି ଏମ୍ସିଏ ପାଠ୍ୟକ୍ରମରେ ନାମଲେଖା ଲାଗି ଓଜେଇଇ ପକ୍ଷରୁ ଆୟୋଜିତ ହେଉଥିବା କମ୍ପ୍ୟୁଟର ବେସ୍ଡ ଟେଷ୍ଟ(ସିବିଟି) ଆସନ୍ତା ଜୁନ୍ ୮ ଓ ୯ ତାରିଖରେ ଅନୁଷ୍ଠିତ ହେବ। ପରୀକ୍ଷାର୍ଥୀମାନେ ୟୁଜର ଆଇଡି ଓ ପାସ୍ୱାର୍ଡ ମାଧ୍ୟମରେ ‘www.ojee.nic.in’ ୱେବସାଇଟ୍ରୁ ଆଡମିଟ୍ କାର୍ଡ ଡାଉନ୍ଲୋଡ କରିପାରିବେ। ମେ’ ୨୭ ତାରିଖଠାରୁ ଆଡମିଟ୍ କାର୍ଡ ଉପଲବ୍ଧ ହେବ। ଏମ୍ସିଏ, ଏମ୍.ଆର୍କ, ଏମ୍.ପ୍ଲାନ୍, ଏମ୍.ଫାର୍ମା, ଏମ୍ ଟେକ୍ ଓ ଲାଟେରାଲ ଏଣ୍ଟ୍ରି ଏମ୍ସିଏ ପାଠ୍ୟକ୍ରମ ପାଇଁ ଜୁନ୍ ୮ରେ ପରୀକ୍ଷା ହେବ। ମେ’ ୯ରେ ଏମ୍ବିଏ ପାଠ୍ୟକ୍ରମ ଲାଗି ପରୀକ୍ଷା ହେବ। ପରୀକ୍ଷା ସମ୍ପର୍କରେ ଅଧିକ ଜାଣିବା ପାଇଁ ଓଜେଇଇ ୱେବସାଇଟ୍କୁ ନିୟମିତ ଭାବେ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି। ସୂଚନାଯୋଗ୍ୟ ଯେ ଏହି ପ୍ରବେଶିକା ପରୀକ୍ଷା ଗତ ମେ’ ୧୩ରେ ଅନୁଷ୍ଠିତ ହେବାର ଥିଲା। ତେବେ ବାତ୍ୟା ‘ଫନି’ ଯୋଗୁ ସିବିଟିକୁ ବାତିଲ୍ କରାଯାଇଥିଲା।
ଜୁନ୍ ୮ଓ ୯ରେ ଓଜେଇଇର ସିବିଟି
/sambad/media/post_attachments/wp-content/uploads/2019/05/ojee-fi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)