ଭୁବନେଶ୍ବର : ଲାଟେରାଲ ଏଣ୍ଟ୍ରି-ଟେକ୍(ଡିପ୍ଲୋମା), ଲାଟେରାଲ ଏଣ୍ଟ୍ରି-ଟେକ୍(ବିଏସ୍ସି), ଲାଟେରାଲ ଏଣ୍ଟ୍ରି-ଫାର୍ମା, ଇଣ୍ଟିଗ୍ରେଟେଡ୍ ଏମ୍ବିଏ କାର୍ଯ୍ୟକ୍ରମ ଲାଗି ଆସନ୍ତା ୨୬ ତାରିଖଠାରୁ କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହେବ। ଓଜେଇଇ ପକ୍ଷରୁ ହେବାକୁ ଥିବା ଏହି ପ୍ରକ୍ରିୟାରେ ଭାଗ ନେବାକୁ ଥିବା ଛତ୍ରଛାତ୍ରୀ ସେପ୍ଟେମ୍ବର ୧୦ ମଧ୍ୟରେ ନାମ ପଞ୍ଜୀକରଣ ଓ ଚଏସ୍ ଫିଲିଂ କରିପାରିବେ। ଏହି ପ୍ରକ୍ରିୟାର ସମ୍ପୂର୍ଣ୍ଣ ବିବରଣୀ ପରବର୍ତୀ ସମୟରେ ପ୍ରକାଶ କରାଯିବ। ଛାତ୍ରଛାତ୍ରୀ ଓଜେଇଇ ୱେବସାଇଟ୍ www.ojee.nic.in ଓ www.odishajee.com କୁ ଦେଖିବା ସହ କାଉନସେଲିଂ ବ୍ରୋସିଅରକୁ ଭଲ ଭାବେ ପଢ଼ିବାକୁ ପରାମର୍ଶ ଦିଆଯାଇଛି। ଅନ୍ୟାନ୍ୟ ପାଠ୍ୟକ୍ରମ ଲାଗି ପରବର୍ତୀ ସମୟରେ ବିଜ୍ଞପ୍ତି ପ୍ରକାଶ କରାଯିବ ବୋଲି ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ କହିଛନ୍ତି।