ଓଜେଇଇ ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ ତାରିଖ ଘୁଞ୍ଚିଲା

ଭୁବନେଶ୍ବର: ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପାଇଁ ଆବେଦନ ତାରିଖ ଓ ପରୀକ୍ଷା ଫି ପ୍ରଦାନ ତାରିଖ ଘୁଞ୍ଚାଯାଇଥିବା ସୂଚନା ମିଳିଛି । କରୋନା ସଂକ୍ରମଣ ଲାଗି ବିଟେକ୍‌ ସ୍ବତନ୍ତ୍ର ଓଜେଇଇ ପରୀକ୍ଷାର ଅନ୍‌ଲାଇନ ଆବେଦନକୁ ଜୁନ୍‌ ୩୦ ତରିଖ ଯାଏଁ ବଢ଼ାଯାଇଥିବା ବେଳେ ଜୁଲାଇ ୫ ତାରିଖ ଯାଏଁ ଆବେଦନକାରୀମାନେ ଅନ୍‌ଲାଇନରେ ପ୍ରବେଶିକା ଫି ପେମେଣ୍ଟ କରି ପାରିବେ । କରୋନା ସଂକ୍ରମଣ ଜନିତ ପରିସ୍ଥିତିକୁ ଦେଖି ଜୁନ୍‌ ୩୦ ପରେ ପରୀକ୍ଷା ତାରିଖ ଘୋଷଣା କରାଯିବ ବୋଲି ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି ।

ସମ୍ବନ୍ଧିତ ଖବର