ଅକ୍ଟୋବର ୧୨ରୁ ୧୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଓଜେଇଇ, ପରୀକ୍ଷା ସୂଚୀ ପ୍ରକାଶିତ

ଭୁବନେଶ୍ୱର : ଅକ୍ଟୋବର ୧୨ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପରୀକ୍ଷା ଅନୁଷ୍ଠିତ ହେବ । ଏହି ପରୀକ୍ଷା ପାଇଁ ଆଜି ଓଜେଇଇ ପକ୍ଷରୁ ପରୀକ୍ଷା ସୂଚୀ ପ୍ରକାଶ ପାଇଛି ।

ଏହି ପରୀକ୍ଷା ଦିନକୁ ୩ଟି ସିଫ୍ଟରେ କମ୍ପ୍ୟୁଟର ବେସଡ ଟେଷ୍ଟ ମୋଡରେ ହେବ । ପ୍ରଥମ ସିଫ୍ଟ ସକାଳ ୯ଟାରୁ ୧୧ଟା, ୨ୟ ସିଫ୍ଟ ଅପରାହ୍ଣ ୧୨ଟା ୩୦ରୁ ୨ଟା ୩୦ ଓ ୩ୟ ସିଫ୍ଟ ଅପରାହ୍ଣ ୪ଟାରୁ ୬ଟା ପର୍ଯ୍ୟନ୍ତ ହେବ । ଆସନ୍ତା ଅକ୍ଟୋବର ୫ରୁ ଓଜେଇଇ େଓ୍ଵବସାଇଟରୁ ଆଡମିଟ କାର୍ଡ ଡାଉନଲୋଡ କରିହେବ । ଛାତ୍ରଛାତ୍ରୀମାନେ ନିଜର ଓଜେଇଇ ଆଇଡି ପାସଓ୍ଵାର୍ଡ ବ୍ୟବହାର କରି ଆଡମିଟ କାର୍ଡ ଡାଉନଲୋଡ କରିପାରିବେ ।

ବିଗତ ବର୍ଷଗୁଡ଼ିକ ତୁଳନାରେ ଏବର୍ଷ ରେକର୍ଡ ୭୯ ହଜାର ୮୦୦ ଜଣ ଛାତ୍ରଛାତ୍ରୀ ଓଜେଇଇ ପରୀକ୍ଷା ଦେବା ପାଇଁ ପଂଜୀକରଣ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ପରୀକ୍ଷା ଗୁଡ଼ିକୁ ଦିନକୁ ୩ଟି ସିଫ୍ଟରେ କରିବାକୁ ବ୍ୟବସ୍ଥା କରାଯାଇଛି ବୋଲି ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ ସୁଚନା ଦେଇଛନ୍ତି । ସେ କହିଛନ୍ତି ଯେ ବିଟେକ (ଲାଟେରାଲ ଏଣ୍ଟ୍ରି) ପାଇଁ ୬ଟି ସିଟିଂ କରାଯାଇଛି, ବିଫାର୍ମ ପାଇଁ ୪ଟି, ଏମବିଏ ଓ ବିଟେକ ପାଇଁ ୩ଟି ଲେଖାଏଁ, ଏମସିଏ ପାଇଁ ୨ଟି ଓ ଅନ୍ୟ କୋର୍ସ ପାଇଁ ଗୋଟିଏ ଲେଖାଏଁ ସିଟିଂର ବ୍ୟବସ୍ଥା କରାଯାଇଛି ।

ସମ୍ବନ୍ଧିତ ଖବର