ଲକଡାଉନ କଟକଣା ବଢ଼ିବାରୁ ଘୁଞ୍ଚିଲା ଓଜେଇଇ ପରୀକ୍ଷା

ଭୁବନେଶ୍ୱର: ମେ ୩ ଯାଏଁ ଲକଡାଉନ ଅବଧି ବୃଦ୍ଧି କରିବାକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି | ଏହା ପରେ ଟ୍ରେନ ଓ ବିମାନ ସେବାକୁ ମଧ୍ୟ ଘୁଂଚାଇଦିଆଯାଇଥିବାବେଳେ ଓଜେଇଇ ବା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷାକୁ ଘୁଂଚାଇ ଦିଆଯାଇଛି | ମେ ମାସ ପ୍ରଥମ ସପ୍ତାହରେ ଏହି ପରୀକ୍ଷା ହେବାକୁ ଥିବାବେଳେ ପରୀକ୍ଷାକୁ ଘୁଂଚାଇ ଦିଆଯାଇଛି |

ତେବେ ପରୀକ୍ଷା କେବେ ହେବ ସେ ନେଇ ଜଣାପଡ଼ିନଥିବା ବେଳେ ପରୀକ୍ଷାର୍ଥୀଙ୍କୁ ଏ ବାବଦରେ ପରେ ସୂଚନା ମାଧ୍ୟମରେ ଜଣାଇ ଦିଆଯିବ ବୋଲି ଓଜେଇଇ କର୍ତୃପକ୍ଷ କହିଛନ୍ତି |

ଏଠାରେ ସୂଚନା ଥାଉ କି ଇଂଜିନିୟରିଂ(ବି.ଟେକ,ଏମ.ଟେକ), ବି.ଫାର୍ମା, ଏମ.ଫାର୍ମା, ଏମବିଏ, ଏମସିଏ,ଏମ.ଆର୍କିଟେକଚର, ଇନଟିଗ୍ରେଟେଡ଼ ଏମବିଏ ପାଇଁ ପରୀକ୍ଷା ହୋଇଥାନ୍ତା | ରାଜ୍ୟରେ ଥିବା ସରକାରୀ ଓ ଘରୋଇ କଲେଜ ମାନଙ୍କରେ ସିଟ ପୂରଣ ପାଇଁ ପରୀକ୍ଷା ହେବାକୁ ଥିବାବେଳେ ଲକଡାଉନ ଅବଧିକୁ ନଜରରେ ରଖି ଓଜେଇଇ ପରୀକ୍ଷାକୁ ଘୁଂଚାଇ ଦିଆଯାଇଛି | ଏହି ପରୀକ୍ଷା ଦେବାକୁ ରାଜ୍ୟର ହଜାର ହଜାର ପିଲା ଆବେଦନ କରିଛନ୍ତି

ସମ୍ବନ୍ଧିତ ଖବର