ଭୁବନେଶ୍ବର : ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନର ୧୨ଟି ବୈଷୟିକ ଓ ବୃତ୍ତିଗତ ପାଠ୍ୟକ୍ରମରେ ନାମଲେଖା ପାଇଁ ଅନୁଷ୍ଠିତ ହୋଇଥିବା ଓଜେଇଇ(ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା) ଫଳ ବୁଧବାର ଦିନ ପ୍ରକାଶ ପାଇଛି। ପୂର୍ବାହ୍ନରେ ରାଜ୍ୟ ବୈଷୟିକ ଶିକ୍ଷା ଓ ଧନ୍ଦାମୂଳକ ତାଲିମ୍ ପରିଷଦ(ଏସ୍ସିଟିଇ ଆଣ୍ଡ୍ ଭିଟି) କାର୍ଯ୍ୟାଳୟରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ପରୀକ୍ଷା ଫଳ ପୁସ୍ତିକାକୁ ଉନ୍ମୋଚନ କରିଥିଲେ। ଏ ବର୍ଷ ମୋଟ ୫୭ ହଜାର ୮୯୮ଜଣ ଛାତ୍ରଛାତ୍ରୀ ପରୀକ୍ଷା ଲାଗି ପଞ୍ଜୀକୃତ କରିଥିବା ବେଳେ ୪୭ ହଜାର ୭୬୧ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୪୭ ହଜାର ୭୨୯ଜଣଙ୍କୁ ରୢାଙ୍କ୍ ମିଳିଛି। ପରୀକ୍ଷାର୍ଥୀମାନେ ଓଜେଇଇ ୱେବସାଇଟ୍ www.ojee.nic.in ରୁ ନିଜ ନିଜର ରୢାଙ୍କ୍ କାର୍ଡ ପାଇପାରିବେ। ପରୀକ୍ଷାର୍ଥୀ ନିଜ ନିଜର ପ୍ରଦର୍ଶନ ଅନୁସାରେ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ନାମ ଲେଖାଇପାରିବେ।
ବି.ଫାର୍ମାରେ ୧୦ ହଜାର ୨୯୪ ଜଣଙ୍କୁ ରୢାଙ୍କ ମିଳିଥିବା ବେଳେ ଲାଟେରାଲ ଏଣ୍ଟ୍ରି-ଟେକ୍ନୋଲୋଜି(ଡିପ୍ଲୋମା)ରେ ୧୭ ହଜାର ୧୨୭, ଲାଟେରାଲ ଏଣ୍ଟ୍ରି-ଟେକ୍ନୋଲୋଜି(ବି.ଏସ୍ସି) ୪୪୯, ଏମ୍ବିଏରେ ୮୦୪୦, ଏମ୍ସିଏ/ଏମ୍ଏସ୍ସି(କମ୍ପ୍ୟୁଟର ସାଇନ୍ସ)ରେ ୭୫୪୯, ଇଣ୍ଟିଗ୍ରେଟେଡ୍ ଏମ୍ବିଏରେ ୮୩୫, ଲାଟେରାଲ ଏଣ୍ଟ୍ରି ଫାର୍ମାରେ ୭୧୮, ଏମ୍ ଫାର୍ମାରେ ୧୧୦୪, ଏମ୍ ଆର୍କିଟେକ୍ରେ ୧୧, ଏମ୍ ପ୍ଲାନରେ ୨୦, ଏମ୍.କାଟ୍(ସିନେ ଆଣ୍ଡ୍ ସାଉଣ୍ଡ)ରେ ୮୭, ବି.କାଟ୍(ଫିଲ୍ମ ଏଡିଟିଂ)ରେ ୧୧୯ ଓ ଏମ୍ ଟେକ୍ରେ ୧୩୭୬ ଜଣଙ୍କୁ ରୢାଙ୍କ୍ ମିଳିଛି। ଏହି କାର୍ଯ୍ୟକ୍ରମରେ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା, ଅତିରିକ୍ତ ଶାସନ ସଚିବ ତପନ ଶତପଥୀ, ବୈଷୟିକ ଶିକ୍ଷା ନିର୍ଦେଶକ ରେଘୁ ଜି, ଓଜେଇଇ ଅଧ୍ୟକ୍ଷ ସୁଦୀପ୍ କୁମାର ଚାନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।
ଓଜେଇଇ ଅଧ୍ୟକ୍ଷ ଶ୍ରୀ ଚାନ୍ଦ କହିଛନ୍ତି ଯେ ରୢାଙ୍କ କାର୍ଡ ପ୍ରକାଶ କରାଯାଇଛି। ଅଗଷ୍ଟ ୧୦ରୁ କାଉନସେଲିଂ ପ୍ରକ୍ରିୟା ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏନେଇ ଖୁବ୍ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ। ଅଗଷ୍ଟ ଶେଷ କିମ୍ବା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ସ୍ବତନ୍ତ୍ର ଓଜେଇଇ ଅନୁଷ୍ଠିତ ହେବ। ଏଥିପାଇଁ ଅଗଷ୍ଟ ପହିଲାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ।
ବିଭିନ୍ନ ପାଠ୍ୟକ୍ରମରେ ଟପର୍
ପାଠ୍ୟକ୍ରମ ଟପର୍
ବି. ଫାର୍ମା - ଅରୂପ କୁମାର ପଣ୍ଡା
ଏଲ୍ଇ ଟେକ୍(ଡିପ୍ଲୋମା) - ପୃଥୀରାଜ ଜେନା
ଏଲ୍ଇ ଟେକ୍(ବିଏସ୍ସି) - ବୁଦ୍ଧଦେବ ପ୍ରଧାନ
ଏଲ୍ଇ ଫାର୍ମ - ରାହୁଲ କୁମାର ସିଂହ
ଏମ୍ବିଏ - ଶ୍ରଦ୍ଧାରବିନ୍ଦ ସାମନ୍ତରାୟ
ଏମ୍ସିଏ/ଏମ୍.ଏସ୍ସି(କମ୍ପ୍ୟୁଟର) - ଇଶାନ୍ତ କୁମାର ନାୟକ
ଇଣ୍ଟିଗ୍ରେଟେଡ ଏମ୍ବିଏ - ସୃଷ୍ଟି ସମର୍ପିତା ବେହେରା
ବି. କାଟ୍(ସିନେମାଟୋଗ୍ରାଫି) - ଶାଶ୍ବତୀ ସିଦ୍ଧାର୍ଥ
ବି. କାଟ୍(ଫିଲ୍ମ ଏଡ୍ଟିଙ୍ଗ) - କୁମାର ପ୍ରସନ୍ଜିତ୍ ସାହୁ
ଏମ୍.ଫାର୍ମ - ସଚିନ୍ ନାୟକ
ଏମ୍. ଆର୍କ - ସ୍ରିଷ୍ଟି ନାଙ୍ଗଲିଆ
ଏମ୍.ପ୍ଲାନ୍ - ଦିବ୍ୟାଶ୍ରୀ ଉପନ୍ତନାୟିକା ମିଶ୍ରଏମ୍ ଟେକ୍
ସିଭିଲ୍ ଇଂଜିନିୟରିଂ - ସଞ୍ଜୀବ ପ୍ରଧାନ
ଇଲେକ୍ଟ୍ରିକାଲ୍ ଇଂଜିନିୟରିଂ - ମିଥୁନ୍ ଅଧିକାରୀ
ମେକାନିକାଲ୍ ଇଂଜିନିୟରିଂ - ରଞ୍ଜନ ଶୁଭଙ୍କର ମହାପାତ୍ର
କମ୍ପ୍ୟୁଟର ସାଇନ୍ସି ଇଂଜିନିୟରିଂ - ଏସ୍ ସଂଜୀବ କୁମାର
ଇଲୋକ୍ଟ୍ରୋନିକ୍ସ - ପଙ୍କଜ କୁମାର
କେମିକାଲ ଇଂଜିନିୟରିଂ - ହରିୟାଲି ବେହେରା
ମେଟ୍ରାଲର୍ଜିକାଲ ଇଂଜିନିୟରିଂ - ମୌସମ ଅଲ୍ଲୀ
ଏନ୍ଭର୍ମେଣ୍ଟାଲ୍ ଇଂଜିନିୟରିଂ - ଅର୍କ ଘୋଷ
ବାୟୋଟେକ୍ନୋଲୋଜି - ଶୁଭଶ୍ରୀ ହୋତା
ପ୍ଲାଷ୍ଟିକ୍ ଇଂଜିନିୟରିଂ - ଜ୍ୟୋତି ପ୍ରକାଶ ନାୟକ
ଟେକ୍ସଟାଇଲ୍ ଇଂଜିନିୟରିଂ - ପ୍ରିୟଙ୍କା ରାୟ