ସରିଲା ଓଜେଇଇ, ମାସ ଶେଷ ସୁଦ୍ଧା ଫଳ

ଭୁବନେଶ୍ବର : କରୋନା କଟକଣା ମଧ୍ୟରେ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଶେଷ ହୋଇଛି। ବିଭିନ୍ନ ପାଠ୍ୟକ୍ରମ ଲାଗି ୫୮ହଜାର ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିବା ବେଳେ ୮୨.୫% ପିଲା ପରୀକ୍ଷା ଦେଇଛନ୍ତି। ୨୦୨୧ରେ ଅନୁଷ୍ଠିତ ପରୀକ୍ଷାରେ ଉପସ୍ଥାନ ମାତ୍ର ୭୫% ରହିଥିଲା। ଏଥର ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଶାନ୍ତିଶୃଙ୍ଖଳାର ସହ ସମସ୍ତ ପ୍ରକ୍ରିୟା ସରିଛି। ଚଳିତ ମାସ ଶେଷ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ କହିଛନ୍ତି।

ସମ୍ବନ୍ଧିତ ଖବର