ଭୁବନେଶ୍ୱର: ବି.ଟେକ ପାଠ୍ୟକ୍ରମରେ ନାମଲେଖା ପାଇଁ ଅନୁଷ୍ଠିତ ହେବାକୁ ଥିବା ଓଜେଇଇ ଆବେଦନର ସମୟ ସୀମାକୁ ବୃଦ୍ଧି କରାଯାଇଥିବା ନେଇ ଓଜେଇଇ ଅଧ୍ୟକ୍ଷଙ୍କ ପକ୍ଷରୁ ବୁଧବାର ସୂଚନା ମିଳିଛି। ରାଜ୍ୟରେ ସାଂପ୍ରତିକ କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଓଜେଇଇ ପାଇଁ ଆବେଦନ ଓ ଫି ଦାଖଲ ଅବଧିକୁ ବୃଦ୍ଧି କରାଯାଇଛି। ଓଜେଇଇ ପାଇଁ ଆବେଦନକାରୀ ଛାତ୍ରଛାତ୍ରୀ ଅନ୍ଲାଇନ୍ରେ ଆସନ୍ତା ଜୁଲାଇ ୨୫ ତାରିଖ ପର୍ଯ୍ୟନ୍ତ ଆବେଦନ କରି ପାରିବେ। ଏଥିସହିତ ଫି ଦାଖଲ ସମୟ ସୀମା ଜୁଲାଇ ୩୧ଯାଏଁ ବୃଦ୍ଧି କରାଯାଇଛି। ପରୀକ୍ଷା କାର୍ଯ୍ୟସୂଚୀ, ଆଡମିଟ୍ କାର୍ଡ ଡାଉନଲୋଡ୍ କରିବା ନେଇ ପରବର୍ତ୍ତୀ ସମୟରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯିବ ବୋଲି କୁହାଯାଇଛି।
/sambad/media/post_attachments/f5eb6566cb0549e9b82e8e8c91cc7f8136f23d44376250584da6b13958b906ba.jpeg)
ଏହାପୂର୍ବରୁ ମଧ୍ୟ ଓଜେଇଇର ଆବେଦନ ସମୟ ସୀମା ବୃଦ୍ଧି କରାଯାଇଥିଲା। କୋଭିଡ୍-୧୯କୁ ଦୃଷ୍ଟିରେ ରଖି ଓଜେଇଇ କର୍ତ୍ତୃପକ୍ଷ ଆବେଦନକୁ ଜୁନ୍ ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ଜୁଲାଇ ୫ସୁଦ୍ଧା ଆବେଦନକାରୀ ଛାତ୍ରଛାତ୍ରୀ ଫି’ ଦାଖଲ କରିପାରିବେ ବୋଲି କୁହାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/toefl-gre-1585915707.jpg)