ଜୁନ ପ୍ରଥମ  କିମ୍ବା ୨ୟ ସପ୍ତାହରେ ଓଜେଇଇ ପରୀକ୍ଷା

ଭୁବନେଶ୍ବର :  ଓଡ଼ିଶାର ବିଭିନ୍ନ ସରକାରୀ ଓ ଘରୋଇ ବୈଶୟିକ ଶିକ୍ଷାନୁଷ୍ଠାନରେ ଇଂଜିନିୟରିଂ, ମ୍ୟାନେଜମେଣ୍ଟ, ବି-ଫାର୍ମ ଓ ଏମ-ଫାର୍ମ ପାଠ୍ୟକ୍ରମରେ ନାମ ଲେଖା ପାଇଁ ଉଦ୍ଦିଷ୍ଟ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା-୨୦୨୨ (ଓଜେଇଇ) ଜୁନ ୧ମ କିମ୍ବା ୨ୟ ସପ୍ତାହ ରେ ଅନୁଷ୍ଠିତ ହେବ । ଏ ନେଇ ଓଜେଇଇ ପକ୍ଷରୁ ଆପାତତଃ ସ୍ଥିର ହୋଇଛି । ଏହି ପରୀକ୍ଷା ପାଇଁ ଅନଲାଇନ ଆବେଦନ ମାର୍ଚ୍ଚ ୧୪ରୁ ଆରମ୍ଭ ହୋଇଥିବାବେଳେ ଏହା ଏପ୍ରିଲ ୧୩ ପର୍ଯ୍ୟନ୍ତ ଚାଲିବ । ଏହି ପରୀକ୍ଷା ଦେବାକୁ ଆଗ୍ରହୀ ଛାତ୍ରଛାତ୍ରୀମାନେ ଓଜେଇଇ ଓ୍ବେବସାଇଟ୍ (www.ojee.nic.in) ରେ ଆବେଦନ କରିପାରିବେ । ଓଜେଇଇ ମାଧ୍ୟମରେ ହେଉଥିବା ପ୍ରବେଶିକା ପରୀକ୍ଷା କମ୍ପ୍ୟୁଟର ଭିତ୍ତିକ ପରୀକ୍ଷା ମାଧ୍ୟମରେ ହେବ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ସରକାରୀ ନିୟମ ଅନୁସାରେ ରାଜ୍ୟ ବାହାରର ଛାତ୍ରଛାତ୍ରୀମାନେ ଓଡ଼ିଶାର ସରକାରୀ କଲେଜଗୁଡ଼ିକରେ ନାମ ଲେଖାଇପାରିବେ ନାହିଁ କିନ୍ତୁ ସେମାନେ ଘରୋଇ କଲେଜଗୁଡ଼ିକରେ ନାମ ଲେଖାଇପାରିବେ ।

ସମ୍ବନ୍ଧିତ ଖବର