ଭୁବନେଶ୍ବର: ଓଡ଼ିଶା ମିଳିତ ପ୍ରବେଶିକା ପରୀକ୍ଷା (ଓଜେଇଇ)ର ପରୀକ୍ଷାଫଳ ପ୍ରକାଶ ପାଇଛି। ଏଥର ୬୫ ହଜାର ୭୪୨ ଛାତ୍ରଛାତ୍ରୀ ଓଜେଇଇ ପରୀକ୍ଷା ଦେଇଥିବା ବେଳେ ସେ୍ଥିମଧ୍ୟରୁ ୫୬ହଜାର ୪୭ ଜଣ ରାଙ୍କ ପାଇଛନ୍ତି।
ବି.ଫାର୍ମାରେ ସାଗରିକା ଦାଶ ଟପ୍ପର ହୋଇଥିବା ବେଳେ ଏମ୍. ଫାର୍ମାରେ ପଦ୍ମାଳୟା ମିଶ୍ର ଟପ୍ପର ହୋଇଛନ୍ତି। ସେହିପରି ଏମବିଏରେ ସୂର୍ଯ୍ୟକାନ୍ତ ପୃଷ୍ଟି, ଏମସିଏ/ଏମଏସସି (କଂପ୍ୟୁଟର ସାଇନ୍ସ)ରେ ବ୍ରହ୍ମାନନ୍ଦ ମହାରଣା, ସିଭିଲ ଇଞ୍ଜିନିୟରିଙ୍ଗରେ ରବୀନ୍ଦ୍ର ସାହୁ, ଇଲେକ୍ଟ୍ରିକାଲ ଇଞ୍ଜିନିୟରିଙ୍ଗରେ ପୂର୍ବପ୍ରିୟା ନାୟକ ଓ ମେକାନିକାଲ ଇଞ୍ଜିନିୟରିଙ୍ଗରେ ଗୋବିନ୍ଦ ନାୟକ ଏବଂ କମ୍ପ୍ୟୁଟର ସାଇନ୍ସରେ ଆକାଶ କୁମାର ଦାସ ଟପ୍ପର ହୋଇଛନ୍ତି।