ପ୍ରକାଶ ପାଇଲା ଓଜେଇଇ ଫଳ: ଏମ୍ବିଏରେ ଶ୍ରଦ୍ଧାରବିନ୍ଦ ଓ ଏମ୍ସିଏରେ ଈଶାନ୍ତ ଟପ୍ପର
ଭୁବନେଶ୍ବର: ଆଜି ପ୍ରକାଶ ପାଇଛି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଫଳ। ପୂର୍ବାହ୍ନ ସାଢ଼େ ୧୧ଟାରେ ରାଜ୍ୟ ବୈଷୟିକ ଶିକ୍ଷା ଓ ଧନ୍ଦାମୂଳକ ତାଲିମ୍ ପରିଷଦ(ଏସ୍ସିଟିଇ ଆଣ୍ଡ୍ ଭିଟି) କାର୍ଯ୍ୟାଳୟରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ପରୀକ୍ଷା ଫଳ ପୁସ୍ତିକାକୁ ଉନ୍ମୋଚନ କରିଛନ୍ତି। ଏଥିରେ୧୨ଟି ବୈଷୟିକ ଓ ବୃତ୍ତିଗତ ପାଠ୍ୟକ୍ରମ ପାଇଁ ରେଜଲ୍ଟ ପ୍ରକାଶ ପାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏଥର ଏମ୍ବିଏରେ ଶ୍ରଦ୍ଧାରବିନ୍ଦ ସାମନ୍ତରାୟ ଟପ୍ପର ହୋଇଥିବା ବେଳେ ଏମ୍ସିଏରେ ଈଶାନ୍ତ କୁମାର ନାୟକ ଓ ବି.ଫାର୍ମରେ ଅରୂପ ପଣ୍ଡା ଟପ୍ପର ହୋଇଛନ୍ତି। ସେହିପରି ଏମ୍. ଫାର୍ମରେ ସଚିନ ନାୟକ, ଏମ୍.ଆର୍କରେ ସୃଷ୍ଟି ନଙ୍ଗାଲିଆ ଟପ୍ପର ହୋଇଛନ୍ତି। ଏମ୍ଟେକ୍ ସିଭିଲ ଇଞ୍ଜିନିୟରିଂରେ ସଂଜୀବ ପ୍ରଧାନ ଟପ୍ପର ହୋଇଥିବା ବେଳେ ଏମ୍ଟେକ୍ ଇଲେକ୍ଟ୍ରିକାଲରେ ମିଥୁନ ଅଧିକାରୀ ଓ ମେକାନିକାଲରେ ରାଜନ ମହାପାତ୍ର ଟପ୍ପର ହୋଇଛନ୍ତି।
ପରୀକ୍ଷାର୍ଥୀ ଓଜେଇଇ ୱେବସାଇଟ୍ www.ojee.nic.in ରେ ସେମାନଙ୍କ ଆପ୍ଲିକେସନ୍ ନମ୍ବର ଓ ଜନ୍ମ ତାରିଖ ଦାଖଲ କରି ଫଳ ଜାଣିପାରିବେ। ଚଳିତବର୍ଷ ଏମ୍ସିଏ/ଏସ୍ଏସ୍ସି(କମ୍ପ୍ୟୁଟର ସାଇନ୍ସ), ଏମ୍.ଟେକ୍, ଏମ୍.ଆର୍କିଟେକ୍, ଏମ୍.ପ୍ଲାନ, ଏମ୍.ଫାର୍ମା, ବି.କାଟ୍, ଏମ୍ବିଏ, ଲାଟେରାଲ ଏଣ୍ଟ୍ରି ଫାର୍ମା, ଲାଟେରାଲ ଏଣ୍ଟ୍ରି(ବିଏସ୍ସି), ବି. କାଟ୍(ଫିଲ୍ମ ଏଡିଟିଂ), ଇଣ୍ଟିଗ୍ରେଟେଡ୍ ଏମ୍ବିଏ ଓ ଲାଟେରାଲ ଏଣ୍ଟ୍ରି ଟେକ୍ନୋଲୋଜି(ଡିପ୍ଲୋମା) ଓ ବି.ଫାର୍ମା ବିଷୟ ଲାଗି ୫୮ହଜାର ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିବା ବେଳେ ୮୨.୫% ପିଲା ପରୀକ୍ଷା ଦେଇଥିଲେ।