ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସରକାରୀ ଯାନ୍ତ୍ରିକ ଓ ବେସରକାରୀ ଶିକ୍ଷାନୁଷ୍ଠାନର ୧୧ଟି ବୈଷୟିକ ତଥା ବୃତ୍ତିଗତ ପାଠ୍ୟକ୍ରମ‌ରେ ନାମ‌ଲେଖା ପାଇଁ ଅନୁଷ୍ଠିତ ହୋଇଥିବା ଓଜେଇଇ (ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା) ଫଳ ପ୍ରକାଶ ପାଇଛି। ଏ ବର୍ଷ ମୋଟ ୬୫ ହଜାର ୭୪୨ଜଣ ଛାତ୍ରଛାତ୍ରୀ ପରୀକ୍ଷା ଲାଗି ପଞ୍ଜୀକୃତ କରିଥିବା ବେଳେ ୫୬ ହଜାର ୪୭ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୫୬ ହଜାର ପରୀକ୍ଷାର୍ଥୀଙ୍କୁ ସେମାନଙ୍କ ପ୍ରଦର୍ଶନ ଅନୁଯାୟୀ ରୢାଙ୍କ୍‌ ମିଳିଛି। ପରୀକ୍ଷାର୍ଥୀମାନେ ଓଜେଇଇ ୱେବସାଇଟ୍‌ www.ojee.nic.in ରୁ ନିଜ ନିଜର ରୢାଙ୍କ୍‌ କାର୍ଡ ପାଇପାରିବେ।

Advertisment

publive-image

ପରୀକ୍ଷାର୍ଥୀ ନିଜ ନିଜର ପ୍ରଦର୍ଶନ ଅନୁସାରେ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ଓଜେଇଇ କାଉନସେଲିଂରେ ଅଂଶଗ୍ରହଣ କରିପାରିବେ। ବି.ଫାର୍ମା ସମେତ ଲାଟେରାଲ ଏଣ୍ଟ୍ରି-ଟେକ୍ନୋଲୋଜି(ଡିପ୍ଲୋମା), ଲାଟେରାଲ ଏଣ୍ଟ୍ରି-ଟେକ୍ନୋଲୋଜି(ବି.ଏସ୍‌ସି), ବି.କାଟ୍‌, ଏମ୍‌ବିଏ, ଏମ୍‌ସିଏ, ଇଣ୍ଟିଗ୍ରେଟେଡ୍‌ ଏମ୍‌ବିଏ, ଲାଟେରାଲ ଏଣ୍ଟ୍ରି ଫାର୍ମା, ଏମ୍‌ ଫାର୍ମା, ଏମ୍‌ ଆର୍କିଟେକ୍‌, ଏମ୍‌ ପ୍ଲାନ ଓ ଏମ୍‌.ଟେକ୍‌ ପାଠ୍ୟକ୍ରମ ପାଇଁ ଏହି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା।