ସେପ୍ଟେମ୍ବର ୯ରୁ ୧୫ ଯାଏଁ ହେବ ଓଜେଇ ପରୀକ୍ଷା

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୯ରୁ ୧୫ ଯାଏଁ ଓଜେଇ ପରୀକ୍ଷା କରାଯିବ ବୋଲି ସୂଚନା ମିଳିଛି। ଚଳିତ ବର୍ଷ ସିବିଟି ମୋଡରେ ପରୀକ୍ଷା ହେବ ବୋଲି ମଧ୍ୟ ଜଣାଯାଇଛି। ଏଥିଲାଗି ଓଡ଼ିଶାର ୧୬ଟି ଜିଲ୍ଲାର ସରକାରୀ ପଲିଟେକନିକ ଓ ଆଇଟିଆଇ ଅଧ୍ୟକ୍ଷଙ୍କୁ ବୈଷୟିକ ଶିକ୍ଷା ଓ ତାଲିମ୍ ନିର୍ଦେଶାଳୟ ପକ୍ଷରୁ ଚିଠି ହୋଇଛି।
ପରୀକ୍ଷା ପୂର୍ବରୁ ଓଜେଇ ଏବଂ ଟିସିଏସ୍ ଅଧିକାରୀମାନେ ବିଭିନ୍ନ କଲେଜ ବୁଲି ପରୀକ୍ଷା କେନ୍ଦ୍ର ଚୟନ କରିବେ ବୋଲି ବୈଷୟିକ ଶିକ୍ଷା ଓ ତାଲିମ୍ ନିର୍ଦେଶାଳୟ ପକ୍ଷରୁ ନିଷ୍ପତ୍ତି ହୋଇଛି।

ବୈଷୟିକ ଶିକ୍ଷା ଓ ତାଲିମ୍ ନିର୍ଦେଶକଙ୍କ ଚିଠିରେ ଉଲ୍ଲେଖ ରହିଛି ‘ଓଜେଇ ଚେୟାରମ୍ୟାନଙ୍କ ଅନୁରୋଧ ଅନୁଯାୟୀ, ତୁମର ଅନୁଷ୍ଠାନକୁ ଟିସିଏସ୍ ଏବଂ ଓଜେଇ ପ୍ରତିନିଧିମାନେ ମିଳିତ ଭାବରେ ଓଜେଇ ପରୀକ୍ଷା କେନ୍ଦ୍ର ଖୋଲିବାର ସମ୍ଭାବନା ସଂପର୍କରେ ଅନୁସନ୍ଧାନ କରିବେ। ସରକାରୀ ପଲିଟେକନିକ୍ ଏବଂ ଆଇଟିଆଇରେ ଉପଲବ୍ଧ ସୁବିଧା ଯାଞ୍ଚ ପାଇଁ ସେହି ଅନୁଷ୍ଠାନଗୁଡ଼ିକରୁ ଟିସିଏସ୍ ଏବଂ ଓଜେଇ କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ସହଯୋଗ ଲୋଡାଯାଇଛି।’

ସମ୍ବନ୍ଧିତ ଖବର