ଏଣିକି ଅନ୍‌ଲାଇନ୍‌ରେ ଓଜେଇଇ: ମେ’ ପ୍ରଥମ ସପ୍ତାହରେ ହୋଇପାରେ ପରୀକ୍ଷା

ଭୁବନେଶ୍ବର : ଏଣିକି ଆଉ ଅଫ୍‌ଲାଇନ୍‌ରେ ହେବନି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ)। ସମସ୍ତ ବିଷୟର ପ୍ରବେଶିକା ପରୀକ୍ଷା ଅନ୍‌ଲାଇନ୍‌ ବା କମ୍ପ୍ୟୁଟର ବେସଡ୍ ଟେଷ୍ଟ(ସିବିଟି) ମାଧ୍ୟମରେ ହେବ। ୨୦୧୯‌ରେ କେବଳ ପିଜି ପାଠ୍ୟକ୍ରମ ପାଇଁ ଅନୁଷ୍ଠିତ ପ୍ରବେଶିକା ପରୀକ୍ଷା ସିବିଟି ମାଧ୍ୟମରେ ହୋଇଥିଲା। କିନ୍ତୁ ଏଥରକ ଉଭୟ ପିଜି ଓ ୟୁଜି ପାଠ୍ୟକ୍ରମ ପାଇଁ ସିବିଟି ପଦ୍ଧତି ଲାଗୁ କରିବାକୁ ଓଜେଇଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦଙ୍କ ସୂଚନା ଅନୁଯାୟୀ ମେ’ ପ୍ରଥମ ସପ୍ତାହରେ ଓଜେଇଇ ଅନୁଷ୍ଠିତ ହେବ। ୨୦୧୯ରେ ପିଜି ପାଠ୍ୟକ୍ରମ ଯଥା ଏମ୍‌ସିଏ, ଏମ୍‌ବିଏ, ଲାଟେରାଲ୍‌ ଏଣ୍ଟ୍ରି ଏମ୍‌ସିଏ, ଏମ୍‌.ଟେକ୍‌, ଏମ୍‌.ଆର୍କିଟେକ୍‌, ଏମ୍‌.ପ୍ଲାନ୍‌ ଓ ଏମ୍‌.ଫାର୍ମ ବିଷୟରେ ନାମଲେଖା ପାଇଁ ସିବିଟି ମାଧ୍ୟମରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଅନ୍ୟ ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅଫ୍‌ ଲାଇନ୍‌ ବା ପେନ୍‌-ପେପର ମାଧ୍ୟମରେ କରାଯାଇଥିଲା। ଏଥର କିନ୍ତୁ ସମସ୍ତ ବିଷୟର ପରୀକ୍ଷା ସିବିଟି ମାଧ୍ୟମରେ ହେବ। ବି.ଫାର୍ମା, ଲାଟେରାଲ ଏଣ୍ଟ୍ରି ବି.ଫାର୍ମା, ଇଣ୍ଟିଗ୍ରେଟେଡ୍‌ ଏମ୍‌ବିଏ, ଲାଟେରାଲ ଏଣ୍ଟ୍ରି ବି.ଟେକ୍‌ ପ୍ରବେଶିକା ପରୀକ୍ଷା ଅନ୍‌ଲାଇନ୍‌ରେ କରାଯିବ। ତେଣୁ ଛାତ୍ରଛାତ୍ରୀ ଏଥିପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର