ଓଜେଏସ୍ ପ୍ରିଲିମିନାରି ପରୀକ୍ଷା ଫଳ ପ୍ରକାଶ

କଟକ : ଓଡ଼ିଶା ଜୁଡିସିଆଲ ସର୍ଭିସ୍ (ଓଜେଏସ୍) ପ୍ରିଲିମିନାରି ପରୀକ୍ଷା ଫଳ ପ୍ରକାଶ ପାଇଛି। ପ୍ରଲିମିନାରି ପରୀକ୍ଷାରେ ୭୩୭ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇ ମୁଖ୍ୟ ଲିଖିତ ପରୀକ୍ଷା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ୨୦୨୦ ମାର୍ଚ୍ଚ ୩୦, ୩୧, ଏପ୍ରିଲ ୧ ଓ ୩ ତାରିଖରେ ଓଜେଏସ୍ ମୁଖ୍ୟ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ। ସୂଚନା ଯୋଗ୍ୟ, ୨୦୧୯ ନଭେମ୍ବର ୧୧ରେ ୫୧ଟି ସିଭିଲ ଜଜ୍ ପଦ ପୂରଣ ପାଇଁ ଓପିଏସ୍‌ସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପ୍ରିଲିମିନାରି ପରୀକ୍ଷା ଦେବା ପାଇଁ ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ପକ୍ଷରୁ ପ୍ରକାଶିତ ତାଲିକାରେ ୨ ହଜାର ୭ଶହ ପ୍ରାର୍ଥୀ ସ୍ଥାନ ପାଇଥିଲେ। ୨୦୨୦ ଫେବ୍ରୁଆରି ୨ରେ ପ୍ରିଲିମିନାରି ପରୀକ୍ଷା ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର