କେନ୍ଦ୍ରାପଡ଼ା: ଭେଣ୍ଡିଆଙ୍କୁ ବାର୍ଦ୍ଧକ୍ୟ ଭତ୍ତା କେଳେଙ୍କାରୀ ନେଇ ବିଡିଓ ଆଳି ଥାନାରେ ଏତଲା ଦେବା ପରେ ଅଯୋଗ୍ୟ ତଥା ଭେଣ୍ଡିଆ ହିତାଧିକାରୀଙ୍କ ନାମ ସାମ୍ନାକୁ ଆସିଛି। ଏତଲାରେ ଥିବା ୬୫ ଅଯୋଗ୍ୟଙ୍କ ମଧୢରୁ କାହାର ପ୍ରକୃତ ବୟସ ୩୮ ତ କାହାର ୪୪ ରହିଛି। କିନ୍ତୁ ଜାଲ୍‌ ସ୍କୁଲ ସାର୍ଟିଫିକେଟ୍‌ ବଳରେ ଭତ୍ତା ହାତେଇବା ପାଇଁ କିଏ ନିଜ ବୟସକୁ ୬୩ ଦର୍ଶାଇଛନ୍ତି ତ ଆଉ କିଏ ୬୮ ଉଲ୍ଲେଖ କରିଛନ୍ତି। ୨୦୨୪ ଫେବ୍ରୁଆରି ୮ ତାରିଖ ସୁଦ୍ଧା ସେମାନଙ୍କ ବୟସ ଏତିକି ବୋଲି ସାର୍ଟିଫିକେଟରେ‌ ଦର୍ଶାଇଛନ୍ତି। ଉଲ୍ଲେଖନୀୟ କଥା ହେଉଛି, ଯେଉଁ ସ୍କୁଲ୍‌ ନାଁରେ ଏହି ଜାଲ୍‌ ସାର୍ଟିଫିକେଟ୍‌ ତିଆରି କରାଯାଇଛି, ସେଭଳି ସ୍କୁଲ ସ˚ଖ୍ୟା ବର୍ତ୍ତମାନ ସୁଦ୍ଧା ସାତରେ ପହଞ୍ଚିଲାଣି। ଅର୍ଥାତ୍‌ ୭ଟି ସ୍କୁଲ ନାଁରେ ଜାଲ୍‌ ସାର୍ଟିଫିକେଟ୍‌ ତିଆରି କରି ଏହି ୬୫ଜଣ ଅଯୋଗ୍ୟ, ବାର୍ଦ୍ଧକ୍ୟ ଭତ୍ତା ହାତେଇଥିବାର ପ୍ରମାଣ ମିଳିସାରିଛି। ଆଗକୁ ଯାଞ୍ଚ ବଢ଼ିଲେ ଅଯୋଗ୍ୟଙ୍କ ସହିତ ସ୍କୁଲ୍‌ ସ˚ଖ୍ୟା ବି ବଢ଼ିବ ବୋଲି ଆଶଙ୍କା କରାଯାଉଛି। ଗତ ୪ ତାରିଖରେ ‘ସମ୍ବାଦ’ରେ ଯେଉଁ ଖବର ପ୍ରକାଶ ପାଇଥିଲା, ସେଥିରେ ଦୁଇଟି ସ୍କୁଲ୍‌ର ନାମ ଦିଆଯାଇଥିଲା। କିନ୍ତୁ ଆହୁରି ଅଧିକ ସ୍କୁଲ୍‌ର ନାଁ ବ୍ୟବହାର କରାଯାଇ ସ୍କୁଲ ଲିଭି˚ ସାର୍ଟିଫିକେଟ୍‌ ତିଆରି କରାଯାଇଛି।

Advertisment

ସାତଟି ସ୍କୁଲ୍‌ ନାଁରେ ପ୍ରସ୍ତୁତ ହୋଇଛି ଜାଲ୍‌ ସାର୍ଟିଫିକେଟ୍‌

ବିଡିଓ ଦେଇଥିବା ଏତଲାରେ ୬୫ ହିତାଧିକାରୀ କେଉଁ ସବୁ ସ୍କୁଲ୍‌ର ନକଲି ସାର୍ଟିଫିକେଟ୍‌ ବ୍ୟବହାର କରିଥିଲେ, ତାହାର ନାଁ ଦିଆଯାଇଛି। ସର୍ବାଧିକ ୫୬ଜଣ ଅଯୋଗ୍ୟ ହିତାଧିକାରୀ ଅର୍ଗଳ ନଦୀକୂଳ ନୋଡାଲ୍‌ ୟୁପି ସ୍କୁଲ୍‌ ନାଁରେ ସାର୍ଟିଫିକେଟ୍‌ ବାହାର କରିଥିବା ବେଳେ ୪ଜଣ ଯାଜପୁର ଜିଲ୍ଲା ବାଙ୍ଗରା ନୋଡାଲ୍‌ ୟୁପି ସ୍କୁଲ୍‌, ଦୁଇ ଜଣ ହାଟସାହି ହାଇସ୍କୁଲ୍‌ ସାର୍ଟିଫିକେଟ୍‌ ଦେଇଛନ୍ତି। ଅନୁରୂପ ଭାବେ ଆଉ ଜଣେ ରାଜକନିକାର ନମତରା ୟୁପି ସ୍କୁଲ୍‌, ଜଣେ ପଣସଗଣ୍ତ ନୋଡାଲ୍‌ ୟୁପି ସ୍କୁଲ୍‌ ଏବ˚ ଜଣେ ପଣସଗଣ୍ତ ଉତ୍କଳମଣି ହାଇସ୍କୁଲ୍‌ ନାଁରେ ସାର୍ଟିଫିକେଟ୍‌ ଦାଖଲ କରିଛନ୍ତି। 

ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍‌ର ବିରିପଟା ହାଇସ୍କୁଲ୍‌ ନାଁରେ ବି ଜଣେ ସାଟିର୍ଫିକେଟ୍‌ ଦେଇଥିବା ଖବର ପୂର୍ବରୁ ଧରାପଡିଛି। ବର୍ତ୍ତମାନ ସୁଦ୍ଧା ଯାଞ୍ଚରେ ସାତଟି ସ୍କୁଲ୍‌ ନାଁରେ ଜାଲ୍‌ ସାର୍ଟିଫିକେଟ୍‌ ତିଆରି କରାଯାଇଥିବାର ପ୍ରମାଣ ମିଳିସାରିଥିବାରୁ ଏଭଳି ଜାଲିଆତି ପଛର କାର୍ପଟଦାର କିଏ, ତାହା ତଦନ୍ତସାପେକ୍ଷ । ଯେଉଁ ବର୍ଗର ଲୋକମାନେ ଏହି ଜାଲିଆତିରେ ଫସିଛନ୍ତି, ସେମାନେ ନିଜେ ବୁଦ୍ଧି ଖଟାଇ ଏଭଳି ସାର୍ଟିଫିକେଟ୍‌ ବାହାର କରିପାରିବେ ନାହିଁ ବୋଲି ସାଧାରଣରେ ଆଲୋଚନା ହେଉଛି। ଯେହେତୁ ସ˚ଖ୍ୟାଧିକ ସ୍କୁଲ୍‌ ନାଁରେ ଏଭଳି ନକଲି ସାର୍ଟିଫିକେଟ୍‌ ତିଆରି କରାଯାଇଛି, ତେଣୁ ସମ୍ଭବତଃ ଗୋଟିଏ ଜାଗାରେ ଏଭଳି କାରସାଦି ହେଇଥିବା ସନ୍ଦେହ କରାଯାଉଛି। ପୁଲିସ ନିରପେକ୍ଷ ତଦନ୍ତ କଲେ ଏହି ଜାଲିଆତି ପଛର ମୁଖ୍ୟ କାର୍ପଟଦାର‌୍‌ ଏବ˚ କେଉଁଠି ଏହା ପ୍ରସ୍ତୁତ କରାଯାଇଛି, ତାହା ପଦାକୁ ଆସିପାରିବ ବୋଲି ଆଶା କରାଯାଉଛି।