ନାକଟିଦେଉଳ: ନାକଟିଦେଉଳ ଥାନା ବାଟଗାଁରେ ସାପ କାମୁଡ଼ାରେ କଟି ମାଝୀ (୭୦)ଙ୍କ ମୃତ୍ୟୁ ଘଟିଛି।
ପ୍ରକାଶ ଯେ, ବାଟଗାଁ ଗ୍ରାମର କଟି ଗୁରୁବାର ନିଜ ଘର ଚାରିପାଖ ଘାସ ସଫା କରୁଥିଲେ। ଏହି ସମୟରେ ଏକ ନାଗ ସାପ ତାଙ୍କୁ ଚୋଟ ମାରିଥିଲା। ପରିବାର ଲୋକେ ତାଙ୍କୁ ଡାକ୍ତରଖାନାକୁ ନ ଆଣି କୁଞ୍ଜାମୁରା ଶିବ ମନ୍ଦିର ନେଇ ଯାଇଥିଲେ।
ସେଠାରେ ସେ ଭଲ ନ ହେବାରୁ ଘରକୁ ଆଣିଥିଲେ। ଶୁକ୍ରବାର ସକାଳେ କଟିଙ୍କର ମୃତ୍ୟୁ ହୋଇଥିଲା। ଘଟଣା ସମ୍ପର୍କରେ ନାକଟିଦେଉଳ ପୁଲିସ ଖବର ପାଇ ଗାଁରେ ପହଞ୍ଚି ତଦନ୍ତ କରିଥିଲେ। ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ରେଢ଼ାଖୋଲରେ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଥାନା ଅଧିକାରୀ ବିଭୁତି ଭୂଷଣ ଦଳେଇ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/dead-f.jpg)