ରାଉରକେଲା: ଦିନ ଦ୍ୱିପହରରେ ବୃଦ୍ଧ ଦମ୍ପତିଙ୍କୁ ଗଳା କାଟି ହତ୍ୟା, ଦୁଇ ଯୁବକ ଫେରାର

ରାଉରକେଲା: କୋଇଡା ବ୍ଲକ ରେଲଡାତୁ ପଞ୍ଚାୟତ ଲଙ୍ଗଳକଟା ଗ୍ରାମରେ ବୃଦ୍ଧ ଦମ୍ପତିଙ୍କୁ ଗଳା କଟି ନିର୍ମମ ଭାବେ ହତ୍ୟା କରାଯାଇଛି l ଦୁଇ ଅଜ୍ଞତ ଯୁବକ ହତ୍ୟା କରିଥିବା ଅନୁମାନ କରା ଯାଉଛି l ମୃତକ ମାନେ ହେଲେ ପାରୁ ମୁଣ୍ଡା (୬୮) ପତ୍ନୀ ମାଗଦଲି ମୁଣ୍ଡା (୬୪) l ଉଭୟଙ୍କୁ ଧାରୁଆ ଅସ୍ତ୍ର ସାହାଯ୍ୟରେ ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ସୂଚନା ମୁତାବକ ମୃତକ ଙ୍କ ତିନି ପୁଅ ଝାରଖଣ୍ଡ, ମନୋହରପୁର ଓ ଝାରସୁଗୁଡାରେ ରହି କାମ କରନ୍ତି l

ରବିବାର ସକାଳେ ମୃତକଙ୍କ ବୋହୂ ଗାଈ ଚରାଇବାକୁ ପାର୍ଶ୍ୱ କ୍ଷେତକୁ ଚାଲି ଯାଇଥିଲେ l ଦିନ ୧୨ଟାରେ ଘରକୁ ଫେରିଥିଲେ l ଶାଶୁଙ୍କ ରକ୍ତ ଜୁଡୁବୁଡୁ ମୃତ ଶରୀର ଘରର ବାହାରେ ଶଶୁରଙ୍କ ମୃତ ଶରୀର ଘରର ଭିତରେ ପଡିଥିବା ଦେଖିବାକୁ ପାଇଥିଲେ l ଏ ସଂକ୍ରାନ୍ତରେ ପଡ଼ୋଶୀଙ୍କୁ ଜଣାଇଥିଲେ l

ଆଜି ସକାଳେ କେ ବଲାଙ୍ଗ ଥାନା ଅଧିକାରୀ ବିକାଶ ସ୍ୱାଇଁ, ବଣାଇ ଅତିରିକ୍ତ ଏସପି ମୁଜିବୁର ରେହେମାନ ପହଂଚି ଶବକୁ ଜବତ କରିବା ସହିତ କେସ ନଂ ୪୬/୨୦୨୦ ମାମଲା ରୁଜୁ କରି ଦୁଇଟି ଶବକୁ ଜବତ କରି ବିବେଛେଦ ନିମନ୍ତେ ଲହୁଣୀପଡା ସିଏଚସି କୁ ପଠାଇଛନ୍ତି l ଏପଟେ ଓଡିଶା ଏବଂ ଝାଡ଼ଖଣ୍ଡ ର ସୀମାନ୍ତବତୀ ଅଞ୍ଚଳରେ ହୋଇଥିବା ବେଳେ ଗୁଣୀ ଗାରେଡି ସନ୍ଦେହରେ ଏଭଳି ହତ୍ୟାକାଣ୍ଡ ଘଟିଥାଇ ପାରେ ପୋଲିସ ପୋଲିସ ସନ୍ଦେହ କରୁଥିବା ସହ ଘଟଣା ର ପ୍ରକୃତ ରହସ୍ୟ କଣ ପୁଲିସ ତଦନ୍ତ ଚଳାଇଛି l

ସମ୍ବନ୍ଧିତ ଖବର