ଭୋଗରାଇ: ବାଲେଶ୍ବର ଜିଲ୍ଲାର ଭୋଗରାଇ ବ୍ଲକ୍ ଅନ୍ତର୍ଗତ ଫୁଲବଣି ପଞ୍ଚାୟତ ଚକ ଫୁଲବଣି ଗାଁରେ ଅଭାବନୀୟ ଘଟଣା ଘଟିଛି। ଜନୈକ ବୃଦ୍ଧ ଦମ୍ପତି ପାରିବାରିକ ଅଶାନ୍ତି କାରଣରୁ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ସେମାନେ ହେଲେ କାହ୍ନୁ ମଣ୍ଡଳ(୭୮) ଏବଂ ତାଙ୍କ ପତ୍ନୀ ଶାନ୍ତିଲତା ମଣ୍ଡଳ (୭୦)। ଆଜି ସକାଳେ ଦୁଇଜଣଙ୍କ ମୃତ ଦେହ ଘର ନିକଟରେ ଥିବା ଏକ ପୋଖରୀ ହୁଡ଼ାରୁ ଉଦ୍ଧାର କରାଯାଇଛି।

Advertisment

ଖବର ପାଇ ଭୋଗରାଇ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।