ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍ମର୍ମ ଅଭିଯୋଗ: କୋର୍ଟ ଚାଲାଣ ହେଲେ ବରିଷ୍ଠ ନାଗରିକ

ରାଇରଙ୍ଗପୁର/ବାଦାମପାହାଡ଼:ମୟୂରଭଂଜ ଜିଲ୍ଲାରେ ପୁଣି ଲଜ୍ଜା। ଜଣେ ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ବରିଷ୍ଠ ନାଗରିକଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅଭିଯୋଗ ଅନୁଯାୟୀ ବାଦାମପାହାଡ଼ ଥାନା ଅନ୍ତର୍ଗତ କୁସୁମୀ ଗ୍ରାମର ବୃଦ୍ଧ ବିରସିଂ ହାଁସଦାଃ ସେହି ଅଂଚଳର ଜଣେ ଦିବ୍ୟାଙ୍ଗ ନାବାଳିକା ଔଷଧ ଆଣିବାକୁ ଯାଉଥିବା ସମୟରେ ତାଙ୍କୁ ତିନି ଦିନ ଧରି ଦୁଷ୍କର୍ମ କରିଥିଲା। ଏ ସମ୍ବନ୍ଧରେ ନାବାଳିକାଙ୍କୁ ଘରେ ନ କହିବାକୁ ଧମକ ଦେଇଥିଲା ଅଭିଯୁକ୍ତ। ତେବେ ଦିବ୍ୟାଙ୍ଗ ନାବାଳିକା ଜଣକ ତାଙ୍କ ମା’ଙ୍କୁ ଘଟଣା ସମ୍ପର୍କରେ କହିବା ପରେ ପିଡିତାଙ୍କ ବାପା ବାଦାମପାହାଡ଼ ଥାାନାରେ ଲିଖିତ ଅଭିଯୋଗ କରିବା ପରେ ଏକ ମାମଲା ରୁଜୁ କରି ଉଭୟଙ୍କୁ ଡାକ୍ତରୀ ମାଇନା କରାଯାଇଛି । ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର