ନୟାଗଡ଼ରେ କାଳବୈଶାଖୀ: କୁଡ଼ିଆ ଉପରେ ଗଛ ପଡ଼ି ବୃଦ୍ଧ ମୃତ

ନୟାଗଡ଼: ଆଜି ଅପରାହ୍ନରେ ନୟାଗଡ଼ରେ କାଳବୈଶାଖୀ ପ୍ରଭାବରେ ଜଣେ ବୃଦ୍ଧଙ୍କ ଜୀବନ ନେଇଛି। ଉକ୍ତ ବ୍ୟକ୍ତ ଜଣଙ୍କ ଇଟାମାଟି ଥାନା ଅଧୀନ ଜହ୍ନିପଦା ଗ୍ରାମର ଭ୍ରମରବର ନାୟକ(୭୦) ବୋଲି ଜଣାପଡ଼ିଛି। କୌଣସି କାମରେ ଭ୍ରମରବର ଗାଁ ବାହାରକୁ ଆସି ଫେରୁଥିବା ବେଳେ,ହଠାତ୍ ବର୍ଷା ପବନ ହୋଇଥିଲ। ଫଳରେ ସେ ଜହ୍ନିପଦା- ହରେକୃଷ୍ଣପୁର ରାସ୍ତା ପାର୍ଶ୍ବରେ ଥିବା ଏକ କୁଡ଼ିଆ ଘରେ ଆଶ୍ରୟ ନେଇଥିଲେ। ଦୁର୍ଭାଗ୍ୟବଶତଃ ଏହି କୁଡ଼ିଆ ନିକଟରେ ଥିବା ଜୟନ୍ତୀ ଗଛ ଉପୁଡ଼ି ପଡ଼ି ଏହି କୁଡ଼ିଆ ଉପରେ ପଡ଼ିଥିଲା। ବୃଦ୍ଧଜଣଙ୍କ ତାହା ମଧ୍ୟରେ ଚାପି ହୋଇଯାଇ ମୃତ୍ୟୁବରଣ କରିଥିବା ଅନୁମାନ କରାଯାଉଛି। ସ୍ଥାନୀୟ ଲୋକ ପହଞ୍ଚି ଶବ ଉଦ୍ଧାର କରିଛନ୍ତି। ଖବର ଲେଖା ହେବା ପର୍ଯ୍ୟନ୍ତ ଘଟଣାସ୍ଥଳରେ ଇଟାମାଟି ପୁଲିସ ପହଞ୍ଚି ନଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର