ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସଦର ଥାନା ଧାମନପୁରୀ ଗାଁରେ ଛାତରୁ ପଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ଧାମନପୁରୀ ଗ୍ରାମର କୁସୁମ ସାହୁ (୫୫) ରବିବାର ବର୍ଷା ହେଉଥିବା ବେଳେ ଘରେ ପାଣି ଗଳୁଥିବାରୁ ଛାତକୁ ଚଢ଼ି ଛପର ସଜାଡ଼ୁଥିବା ବେଳେ ହଠାତ ପଡ଼ି ଯାଇଥିଲେ।
ଗୁରୁତର ଅବସ୍ଥାରେ ତାଙ୍କୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଏନେଇ ଏକ ମାମଲା ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ନୂଆପଡ଼ା ଥାନା ଏସ୍ଆଇ ଚରଣ ସିଂ ମାଝୀ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/dead-f.jpg)