ଗୋଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍ କେଗାଁ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ବାଇକ୍ ଧକ୍କାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ସାନଚେରଗାଁ ମଦନା ମାଝୀ (୬୫) ବୋଲି ଜଣାପଡ଼ିଛି। ପ୍ରକାଶ ଯେ, ମଦନା କୌଣସି କାମରେ କେଗାଁ ଆସୁଥିବା ବେଳେ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଏକ ବାଇକ୍ ତାଙ୍କୁ ଧକ୍କା ଦେଇଥିଲେ। ଫଳରେ ବୃଦ୍ଧା ମଦନାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ବାଇକ୍ ଛାଡ଼ି ଚାଳକ ଫେରାର୍ ମାରିଥିଲା। ବାଇକ୍ ଚାଳକ ଜଣକ ସ୍ଥାନୀୟ ସାନଚେରଗାଁ ଦେଶୀ ମଦଭାଟିର ଜଣେ କର୍ମଚାରୀ ବୋଲି ଜଣାପଡ଼ିଛି।
ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ବାଇକ୍ ଚାଳକଙ୍କୁ ଗିରଫ କରାଯିବା ସହ କ୍ଷତିପୂରଣ ପ୍ରଦାନ ଦାବିରେ ପରିବାର ସହ ସ୍ଥାନୀୟ ଲୋକ ରାସ୍ତା ଅବରୋଧ କରିଥିଲେ। କେଗାଁ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ କିଛି ସୁଫଳ ମିଳିନଥିଲା। ପରେ ପୁଲିସ୍ ବାଇକ୍ ଚାଳକଙ୍କୁ ଗିରଫ କରିବା ସହ ଦେଶୀ ମଦଭାଟି ପକ୍ଷରୁ ୩ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପରେ ରାସ୍ତା ଅବରୋଧ ହଟିଥିଲା। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି। ଏନେଇ କେଗାଁ ପୁଲିସ୍ ଏକ ମାମଲା ରୁଜୁକରି ଭାଟି କର୍ମଚାରୀ ବୁଦ୍ଧନ ରାଏକୁ ଗିରଫ କରିଥିବା ତଦନ୍ତ ଅଧିକାରୀ ଏମ୍. ହାଁସ୍ଦା ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/df396711-3887-4795-8f7b-7e1afc7d8782.jpg)