ରାଉରକେଲା: ବଣାଇଁ ଉପଖଣ୍ଡର ଟିକାଏତପାଲି ଥାନା ଅନ୍ତର୍ଗତ ଜମ୍ଭିରପୋଷ ଗ୍ରାମରେ ଜଣେ ବୃଦ୍ଧ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ଯେ ଯାତ୍ରାଖମଣ ଗ୍ରାମର ବାଣେଶ୍ଵର ପାତ୍ର କୌଣସି କାରଣକୁ ନିଜ ଚାଷ ଜମିକୁ ଯାଇଥିବା ବେଳେ ଚାଷ ଜମି ଉପରେ ଯାଉଥିବା ୧୧ କେଭି ଲାଇନ୍ ତାର ଛିଣ୍ଡି ତଳେ ପଡିଯାଇ ଥିବାରୁ ବାଣେଶ୍ଵର ଯାଣି ପାରି ନ ଥିବା ବେଳେ ହଠାତ୍ ତାଙ୍କୁ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିବାରୁ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ସେଠାକାର ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ ଖବର ପାଇ ଟିକାୟତପାଲି ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ମୃତ ଶବକୁ ଜବତ କରି ବ୍ଯବଚ୍ଛେଦ ନିମନ୍ତେ ପଠାଇବା ସହ ଘଟଣାର ତଦନ୍ତ ଚଲାଇଥିବା ଜଣାପଡ଼ିଛି ।
ବିଦ୍ୟୁତ ସଂସ୍ପର୍ଶରେ ଆସି ବୃଦ୍ଧଙ୍କ ମୃତ୍ୟୁ
/sambad/media/post_attachments/wp-content/uploads/2022/06/dead-f-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)