ଲଡ଼ୁଗାଁ: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତ ଅଧୀନସ୍ଥ ସୀଉନି ଗାଁର ରବି ରାଉତ (୬୨) ସୋମବାର ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ଡାକ୍ତରଖାନାକୁୁ ନେବାକୁ ୧୦୮ ଅମ୍ବୁଲାନ୍ସକୁ ଫୋନ କରାଯାଇଥିଲା। ୨ ଘଣ୍ଟା ପରେ ବି ଆମ୍ବୁଲାନ୍ସ ପହଞ୍ଚି ନଥିଲା। ଫଳରେ ଏକ ଅଟୋରେ ତାଙ୍କୁ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆମ୍ବୁଲାନ୍ସ ଠିକ୍ ସମୟରେ ନ ପହଞ୍ଚିବାରୁ ତାଙ୍କ ମୃତ୍ୟୁ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅନ୍ୟ ପକ୍ଷରେ ରବିଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ତୁଳସା ଏକୁଟିଆ ହୋଇ ଯାଇଛନ୍ତି। ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।
ଆସିଲାନି ୧୦୮ ଆମ୍ବୁଲାନ୍ସ:ବୃଦ୍ଧଙ୍କ ଜୀବନ ଗଲା
/sambad/media/post_attachments/wp-content/uploads/2017/09/ambulance.jpg)