ତିହିଡ଼ି: ରବିବାର ଦିନ ଭଦ୍ରକ ଜିଲ୍ଲା କାନପୁର ଠାରେ କାର୍ ଧକ୍କା ଦେବାରୁ ଜଣେ ବୟସ୍କ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।
ମୃତ ବ୍ୟକ୍ତି ହେଉଛନ୍ତି ୭୫ ବର୍ଷିୟ ଗଙ୍ଗାଧର ବାରିକ।
ପୀର ହାଟ ବଜାରରେ ଛେନା ଦେଇ ଗଙ୍ଗାଧର ତାଙ୍କ ଘର କାନପୁରକୁ ଫେରୁଥିଲେ। ସେହି ସମୟରେ ଭଦ୍ରକ ଆଡୁ ଆସୁଥିବା ଗୋଟାଏ ଇଣ୍ଡିକା କାର୍ ତାଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।
ଦୁର୍ଘଟଣା ଘଟାଇଥିବା ଗାଡ଼ି ଜବତ କରାଯାଇ ଥାନାକୁ ଅଣାଯାଇଛି, କିନ୍ତୁ ଚାଳକ ଫେରାର ହୋଇ ଯାଇଛି।
ପୁଲିସ ଘଟଣାସ୍ଥଳରୁ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ଦୁର୍ଘଟଣାର କାରଣ ସମ୍ବନ୍ଧରେ ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/accident90-news-first-1.jpg)