ରାଉରକେଲା/ କୋଇଡ଼ା: ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଅନ୍ତର୍ଗତ ନୂଆଗାଁ ସ୍ଥିତ କାରୋ ନାଳରେ ପଚାଶ ବର୍ଷୀୟ ବାସୁଦେବ ନାୟକ ନାଳ ପଠାରେ ବସି ଦାନ୍ତ ଘଷୁଥିବା ବେଳେ ସେହି ନାଳରେ ଧୋଇବାକୁ ଆସିଥିବା ବୋଲେରୋ ପଛୁଆ ମାଡ଼ିଆସିଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ବୋଲେରୋ ଗାଡ଼ିରେ ଥିବା ଦୁଇ ଯୁବକ ଘଟଣାସ୍ଥଳରୁ ଗାଡ଼ି ଛାଡ଼ି ଫେରାର ହୋଇଯାଇଛି।

Advertisment

publive-image

ସୂଚନା ମୁତାବକ ଆଜି ସକାଳୁ ବାସୁଦେବ ଦାନ୍ତ ଘଷୁଥିବା ବେଳେ ବୋଲେରୋଟି ପଛୁଆ ଆସି ବାସୁଦେବ ନାୟକଙ୍କ ଉପରେ ଚଢ଼ି ଯାଇଥିଲା ଫଳରେ ଘଟଣାସ୍ଥଳରେ ବାସୁଦେବଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ କୋଇଡ଼ା ପୁଲିସ ପହଞ୍ଚି ଘଟଣାର ଅଧିକ ତଦନ୍ତ କରୁଛି। ଘଟଣାସ୍ଥଳରେ ଗାଡ଼ିମାଲିକ ପହଞ୍ଚି କ୍ଷତିପୂରଣ ଦେବା ପରେ ଶବ ଛଡ଼ା ଯିବ ବୋଲି ଗାଁଲୋକ ଦାବି କରିଛନ୍ତି।