ରାୟଗଡ଼ା: ତୀର୍ଥଯାତ୍ରା ଏକ ପରିବାରଙ୍କ ପାଇଁ ଦୁଃଖ ଆଣିଛି। ରାୟଗଡ଼ାରୁ ତୀର୍ଥଯାତ୍ରା ଆରମ୍ଭ ହେଲା ବେଳକୁ ଜଣକର ମୃତ୍ୟୁ ହୋଇଥିବା ବେଳେ ଆଜି ରାୟଗଡ଼ାରେ ଟ୍ରେନ ପହଞ୍ଚିବା ପରେ ଜଣକର ମୃତ୍ୟୁ ହୋଇଛି। କୋରାପୁଟ ସହରର ପୂଜାରିପୁଟ ବାସିନ୍ଦା ରାଜେନ୍ଦ୍ର କୁମାର ପରିଡ଼ା ଟ୍ରେନରୁ ସମସ୍ତ ଯାତ୍ରୀଙ୍କୁ ଓହ୍ଲାଇବା ପରେ ନିଜେ ଓହ୍ଲାଉ ଥିଲେ। ତେବେ ଛାତିରେ ଯନ୍ତ୍ରଣା ହେବାରୁ ସେ ପ୍ଲାଟଫର୍ମରେ ବସିପଡ଼ିଲେ।
/sambad/media/post_attachments/wp-content/uploads/2023/12/96fb43cc-23b3-477a-98db-f58fa5511619.jpeg)
ତୁରନ୍ତ ତାଙ୍କୁ ରାୟଗଡ଼ା ମେଡ଼ିକାଲକୁ ନିଆଯାଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ହୋଇଯାଇଛି। ତାଙ୍କର ବୟସ ୬୬ ବର୍ଷ ବୋଲି ଜଣାପଡ଼ିଛି। ତେବେ ତୀର୍ଥଯାତ୍ରାରେ ଦୁଇ ଦୁଇ ଜଣଙ୍କ ମୃତ୍ୟୁ ସୂଚାଇ ଦେଉଛି ଯେ ଏତେ ଶୀତରେ ବୃଦ୍ଧ ଓ ବୃଦ୍ଧାଙ୍କୁ ତୀର୍ଥଯାତ୍ରା କରାଇବା ସୁରକ୍ଷିତ ନୁହେଁ। ପରିବାର ଲୋକେ ଖବର ପାଇ ରାୟଗଡ଼ାରେ ପହଞ୍ଚିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/12/raygada-railway-station.jpg)