କୋରେଇ : ଯାଜପୁର ରୋଡ୍ ନହକା ବାଇପାସସ୍ଥିତ ଏକ ଏଟିଏମକୁ କାଳିଆ ଟଙ୍କା ଉଠାଇବାକୁ ଆସିଥିବା ଜଣେ ବୃଦ୍ଧଙ୍କ ଆକସ୍ମିକ ମୃତ୍ୟୁ ଘଟିଛି। ସେ ହେଲେ କୋରେଇ ଥାନା ତଳଗଡ଼ ପଞ୍ଚାୟତ ହରିଚନ୍ଦନପୁର ଗାଁର ବୃଦ୍ଧ କୁଞ୍ଜ ବିହାରୀ ଜେନା।
ସେ ଏଟିଏମ ଭିତରେ ଅଚେତ ଅବସ୍ଥାରେ ପଡ଼ି ଯାଇଥିଲେ। ଏହା ଦେଖି କିଛି ସ୍ଥାନୀୟ ଲୋକେ ତାଙ୍କୁ ଯାଜପୁର ରୋଡ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ୍ୟୁର କାରଣ ସ୍ପଷ୍ଟ ହେଇନାହିଁ। କୋରେଇ ପୁଲିସ ଖବର ପାଇ ୧୨/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି।