ନର୍ଲା: କଳାହାଣ୍ଡି ଜିଲ୍ଲା ନର୍ଲାରେ ଚାଞ୍ଚଲ୍ୟ। ନର୍ଲା ଥାନା ଭାଟେଲ ଚଞ୍ଚରପଡ଼ା ଗାଁରେ ଜଣେ ବୃଦ୍ଧଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ମୃତକ ହେଲେ କୃଷ୍ଣଚନ୍ଦ୍ର ରଣା(୫୫)। ଆଜି ସକାଳେ ଗାଁଦାଣ୍ଡରେ ତାଙ୍କର ମୃଦେହ ପଡ଼ିଥିବା ଦେଖି କୃଷ୍ଣଚନ୍ଦ୍ରଙ୍କ ଦ୍ବିତୀୟ ସ୍ତ୍ରୀଙ୍କ ପୁଅ ଭୀମ ରଣା ପୁଲିସକୁ ଜଣାଇଥିଲେ। ଏହାପରେ ନର୍ଲା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।
କୃଷ୍ଣଚନ୍ଦ୍ରଙ୍କ ଗୋଡ଼ହାତ ଫୁଲିଯାଇଥିବା ଦେଖିବାକୁ ମିଳିଛି। ଗତକାଲି ତାଙ୍କର କିଛି ଲୋକଙ୍କ ସହ ଝଗଡ଼ା ହୋଇଥିବାର ସୂଚନା ରହିଛି। କୃଷ୍ଣଚନ୍ଦ୍ର ଜଣେ ଚାଷୀ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/03/n.jpeg)