ଯାଜପୁର: ଯାଜପୁର ଜିଲ୍ଲାରେ ହାତୀ ଆତଙ୍କ ଜାରି ରହିଛି। ଗତ ଦୁଇଦିନରେ ହାତୀ ନେଲାଣି ଦୁଇଟି ଜୀବନ। ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ଉପେନ୍ଦ୍ର କର (୫୫)।
ପାଣିକୋଇଲି ଥାନା ଅନ୍ତର୍ଗତ କୋରେଇ ବ୍ଲକ ଅଧୀନ ତଣ୍ଡରା ଗାଁର ଉପେନ୍ଦ୍ର କର ଆଜି ସକାଳେ ଶୌଚ ପାଇଁ ପଡ଼ିଆକୁ ଆଜି ସକାଳେ ଯାଇଥିବା ବେଳେ ହାତୀ ତାଙ୍କୁ ଦଳିଦେଇଥିଲା। ହାତୀ ଆକ୍ରମଣରେ ଉପେନ୍ଦ୍ରଙ୍କ ମୃତ୍ୟୁ ନେଇ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ଘରୁ ବାହାରିବାକୁ ଭୟ କରୁଛନ୍ତି ଲୋକେ। ଏଣେ ଗାଁରେ ବନଅଧିକାରୀ ପହଞ୍ଚି ହାତୀ ଉପରେ ନଜର ରଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/0cd83ef1-a5db-4622-9a17-3d90249b8139.jpeg)