ଅନ୍ଧବିଶ୍ୱାସ: ଡାହାଣୀ ସନ୍ଦେହରେ ବୃଦ୍ଧାଙ୍କୁ ଠେଙ୍ଗାରେ ପିଟି ହତ୍ୟା

ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲାରେ ଅନ୍ଧବିଶ୍ୱାସ ଓ ଗୁଣି ଗାରେଡିକୁ ନେଇ ହତ୍ୟା ଦିନକୁ ଦିନ ବଢ଼ି ଚାଲିଛି । ଆଜି ଜଣେ ବୃଦ୍ଧାଙ୍କୁ ଡାହାଣୀ ସନ୍ଦେହରେ ହତ୍ୟା କରାଯାଇ ଥିବା ଅଭିଯୋଗ ‌‌ହୋଇଛି । ମୃତକ ହେଲେ ଗାଙ୍ଗୀ ଜମୁଡ଼ା (୭୦।

ସୂଚନା ଅନୁଯାୟୀ ଜାମଦା ଥାନା ତାଳଗାଁ ଗ୍ରାପର ବଡାମତାଳିଆ ଗାଙ୍ଗୀ ଜମୁଡା ଗ୍ରାମର ସ୍କୁଲ ପାଖ ନଳକୂପକୁ ଗାଧେଇବାକୁ ଯାଇଥିବା ସମୟରେ ପଡୋଶୀ ମଦନ ପିଙ୍ଗୁଆ(୬୦) ଏକ ଠେଙ୍ଗା ସାହାଯ୍ୟରେ ପିଟି ହତ୍ୟା କରିଛି । ମଦନର ସ୍ତ୍ରୀ ମାକି ପିଙ୍ଗୁଆ ଗତ ବର୍ଷ ଜର ହେବା ପରେ ମୃତ୍ୟୁବରଣ କରିଥିଲେ । ତେବେ ମଦନ ତାଙ୍କ ସ୍ତ୍ରୀକୁ ଡାହାଣୀ ଖାଇଦେଇଥିବା ସନ୍ଦେହ କରିଥିଲେ ଏବଂ ତାଙ୍କ ପଡୋଶୀ ଗାଙ୍ଗୀଙ୍କୁ ଡାହାଣୀ ସନ୍ଦେହ କରୁଥିଲେ । ତେବେ ଆଜି ଗାଙ୍ଗୀଙ୍କୁ ଏକୁଟିଆ ପାଇ ଠେଙ୍ଗା ସାହାଯ୍ୟରେ ପିଟି ଥିଲା । ଏଥିରେ ଗାଙ୍ଗୀ ଗୁରୁତର ଆହତ ହୋଇଥିଲେ । ପଡୋଶୀ ତାଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଜାମଦା ପୁଲିସ ହସ୍ପିଟାଲ ପହଂଚି ଶବ ଜବତ କରିଛି । ଏନେଇ ଜାମଦା ଥାନାରେ ଏକ ମାମଲା ରୁଜୁ ହୋଇଛି ।

ସମ୍ବନ୍ଧିତ ଖବର