ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଶିବନାରାୟଣପୁରଗୋଡା ପଞ୍ଚାୟତ ଅନ୍ତର୍ଗତ ବେତଖୋଲି ଗ୍ରାମର ଭାସ୍କର ପ୍ରଧାନ(୬୦) ସମାକୋଇ ନଦୀରେ ଭାସି ଯାଇ ମୃତ୍ୟୁ ବରଣ କରିଛନ୍ତି। ଆଜି ଅପରାହ୍ନରେ ସେ ଗାଧେଇବା ପାଇଁ ନଦୀକୁ ଯାଇଥିଲେ। ତେବେ ଅସାବଧାନତା ଯୋଗୁଁ ପାଣିରେ ବୁଡି ଯାଇଥିଲେ। ଘଟଣାସ୍ଥଳରୁ ୩ କିମି ଦୂର ବଡକୁମୁଣ୍ଡୁ ବାଲି ଘାଟରୁ ତାଙ୍କ ଶବକୁ ପରିବାର ଲୋକ, ଅଗ୍ନିଶମ ବାହିନୀ ଓ ପୁଲିସ ଉପସ୍ଥିତରେ ଉଦ୍ଧାର କରିଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକ ସୃଷ୍ଟି କରିଛି।
ତେଲକୋଇ ଥାନା ଶିବନାରାୟଣପୁରଗୋଡା ପଞ୍ଚାୟତ ଅନ୍ତର୍ଗତ ବେତଖୋଲି ଗ୍ରାମର ଭାସ୍କର ପ୍ରଧାନ(୬୦) ସମାକୋଇ ନଦୀରେ ଭାସି ଯାଇ ମୃତ୍ୟୁ ବରଣ କରିଛନ୍ତି। ଆଜି ଅପରାହ୍ନରେ ସେ ଗାଧେଇବା ପାଇଁ ନଦୀକୁ ଯାଇଥିଲେ। ତେବେ ଅସାବଧାନତା ଯୋଗୁଁ ପାଣିରେ ବୁଡି ଯାଇଥିଲେ।
ଏହି ଖବର ପଢ଼ନ୍ତୁ: ସେପ୍ଟେମ୍ବର ୯ରେ ନୂଆଖାଇ ଛୁଟି, ବନ୍ଦ ରହିବ ସରକାରୀ କାର୍ଯ୍ୟାଳୟ-ଶିକ୍ଷାନୁଷ୍ଠାନ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)