ଗୁଣିଗାରେଡ଼ିକୁ କେନ୍ଦ୍ର କରି ବୃଦ୍ଧଙ୍କୁ ହତ୍ୟା

କରଞ୍ଜିଆ : କରଞ୍ଜିଆ ଥାନା ଦୁଧିଆଣୀ ପଞ୍ଚାୟତ ଅନ୍ତର୍ଗତ ଅଁଳାକୋଟା ଗ୍ରାମରେ ଗୁଣିଗାରେଡ଼ିକୁ କେନ୍ଦ୍ର କରି ଗତକାଲି ସଂଧ୍ୟାରେ ଜଣେ ବୃଦ୍ଧଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତ ବୃଦ୍ଧ ଜଣକ ହେଉଛନ୍ତି ଗହ୍ମା ବାନ୍ଦ୍ରା(୬୦)।

ଧନେଶ୍ବର ଗାଁରେ ପୂଜା କାର୍ଯ୍ୟ କରନ୍ତି। ତେବେ ସେ ଗୁଣିଗାରେଡ଼ି କରୁଥିବା ସନ୍ଦେହ କରି ଗହ୍ମା ତାଙ୍କୁ ସବୁବେଳେ ବିରୋଧ କରି ଆସୁଥିଲେ। ଗତକାଲି ସଂଧ୍ୟା ପ୍ରାୟ ୮ଟା ଧନେଶ୍ବର ଘରେ ଥିଲାବେଳେ ଗହ୍ମା ସେଠାରେ ପହଞ୍ଚି ପାଟିତୁଣ୍ଡ କରିଥିଲେ। ଏହି ପାଟିତୁଣ୍ଡ କ୍ରମଶଃ ବଢ଼ିଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଗହ୍ମା ନିଜ ଘରୁ ଗୋଟିଏ ଗୋଟିଏ ବାଲା ଆଣି ଧନେଶ୍ବରକୁ ଆକ୍ରମଣ କରିଥିଲେ। ଫଳରେ ଧନେଶ୍ବର ଆହତ ହୋଇଥିଲେ। ତଥାପି ଗହ୍ମାଙ୍କ ରାଗ ଥମି ନଥିଲା। ସେ ଧନେଶ୍ବରଙ୍କୁ ପୁଣି ଆକ୍ରମଣ କରିବାରୁ ଧନେଶ୍ବର ବାଲାଟିକୁ ଛଡ଼ାଇ ଆଣି ଗହ୍ମାଙ୍କୁ ବାରମ୍ବାର ଆକ୍ରମଣ କରିଥିଲେ। ଫଳରେ ତାଙ୍କ ଶରୀରରେ ପ୍ରାୟ ୮ଟି ସ୍ଥାନରେ ଗଭୀର କ୍ଷତ ହୋଇଥିଲା ଏବଂ ଘଟଣାସ୍ଥଳରେ ଗହ୍ମାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା।

ଏନେଇ ଆଜି ସକାଳେ ଅଭିଯୋଗକ୍ରମେ କରଞ୍ଜିଆ ଥାନାରେ କେସ୍‌ ନଂ. ୭୦/୧୯ରେ ଏକ ମାମଲା ରୁଜୁ ହୋଇଛି। ଏସ୍‌ଆଇ ନିରୋଜ କୁମାର ସାମଲ ଘଟଣାସ୍ଥଳରେ ପହଞ୍ଚି ପ୍ରାରମ୍ଭିକ ତଦନ୍ତ କରି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଅନ୍ୟପଟେ ଧନେଶ୍ବରଙ୍କୁ କରଞ୍ଜିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର