ନୟାଗଡ଼: ନୟାଗଡ଼ ଜିଲ୍ଲାର ଟାଉନ୍ ଥାନା ଅଞ୍ଚଳରେ ପଥରରେ ଛେଚି ଜଣେ ବୃଦ୍ଧଙ୍କୁ ହତ୍ୟା କରାଯିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ନୟାଗଡ଼ ଟାଉନ୍ ଥାନା ଅନ୍ତର୍ଗତ ଡିଆଁପଡା ଗ୍ରାମର ପ୍ରହ୍ଲାଦ ଜେନା(୬୫) ନିଜ ଫସଲ ଜଗିବା ପାଇଁ ରାତିରେ ବିଲ ପାଖକୁ ଯାଇଥାନ୍ତି।
ଗତକାଲି ସନ୍ଧ୍ୟାରେ ବି ସେ ଯାଇଥିଲେ। ଭାଟସାହି ପଞ୍ଚାୟତର ଡିଆଁପଡା ଗ୍ରାମର ପ୍ରହ୍ଲାଦ ଆଜି ସକାଳେ ନିଜ ଘରକୁ ନ ଫେରିବାର ଦେଖି ତାଙ୍କ ସାନପୁଅ ଗଗନ ଜେନା(୧୭) ବାପାଙ୍କୁ ଖୋଜିବା ଲାଗି ବାହାରିଥିଲେ। ସେ ବାପା ପ୍ରହ୍ଲାଦ ଜେନାଙ୍କୁ ପକହି ପଥରରେ ଛେଚି ହତ୍ୟା କରିଥିବାର ଦେଖିବାକୁ ପାଇଲେ। ତାପରେ ସେ ଏ ବିଷୟରେ ଯାଇ ଗ୍ରାମବାସୀଙ୍କୁ କହିଥିଲେ।
ତାପରେ ନୟାଗଡ଼ ଟାଉନ୍ ଥାନାକୁ ଘଟଣା ସଂପର୍କରେ ଅବଗତ କରାଯାଇଥିଲା। ଏହାପରେ ଘଟଣାସ୍ଥଳରେ ଏସ୍ ଆଇ ଧର୍ମେନ୍ଦ୍ର ସିଆଲ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପ୍ରହ୍ଲାଦ ଜେନାଙ୍କ ଶବକୁ ଜବତ କରାଯାଇଛି। ଏହାର ବ୍ୟବଚ୍ଛେଦ ଲାଗି ନୟାଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଯିବ। ଶୁଣିବାକୁ ମିଳୁଛି ଯେ ଟଙ୍କା ନେଣଦେଣକୁ ନେଇ ଏଭଳି ହତ୍ୟାକାଣ୍ଡ ଘଟିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/mur.jpg)